୩ ବର୍ଷରେ ଗୋଟିଏ ବି ଦିନ ଅସୁସ୍ଥ ହୋଇ ନାହାଁନ୍ତି ମୋଦି ! ପ୍ରଧାନମନ୍ତ୍ରୀଙ୍କ ସୁସ୍ଥତାର ରହସ୍ୟ କଣ? ଆସନ୍ତୁ ଜାଣିବା

70

Narendra-Modi-fitness-secretsନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ପୂରିଛି ୩ ବର୍ଷ । ଏହି ସମୟରେ ମୋଦି କେବେ ବି ଅସୁସ୍ଥ ହୋଇନାହାଁନ୍ତି କି କାମରେ ଛୁଟି ନେଇ ନାହାଁନ୍ତି । ଦେଶ ବିଦେଶକୁ କୈାଣସି ଭ୍ରମଣ ହେଉ ବା ପିଏମଓ ରେ କୈାଣସି କାର୍ଯ୍ୟ କରୁଥାନ୍ତୁ , ମୋଦି ସବୁବେଳେ ଫିଟ୍ ନଜର ଆସିଥାନ୍ତି । ୬୬ ବର୍ଷ ବୟସରେ ବି ମୋଦି ଆଜି ୧୬ରୁ ୧୮ ଘଣ୍ଟା ଦୈନିକ କାମ କରୁଛନ୍ତି । ଏହା ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ ଆପଣଙ୍କୁ । ଆସନ୍ତୁ ଜାଣିବା କଣ ଏହାର ରହସ୍ୟ –

ଏଣ୍ଡି ମରିନୋଙ୍କ ପୁସ୍ତକ ‘ନରେନ୍ଦ୍ର ମୋଦି : ଏ ପଲିଟିକଲ୍ ବାୟୋଗ୍ରାଫି’ ଅନୁସାରେ ମୋଦି ପିଲାଦିନେ ଲୁଣ ଖାଇବା ଛାଡିଦେଇଥିଲେ । ପୁଣି ଲଙ୍କା ବି ଖାଉନଥିଲେ । ଏହାର କିଛି ବର୍ଷପରେ ତେଲରେ ତିଆରି ଖାଦ୍ୟ ବି ଖାଉନଥିଲେ । ଗରମ ଦିନରେ ବି ସେ ଅନେକ ଥର ଉଷୁମ ପାଣି ପିଉଥିଲେ ।

୧ – ମୋଦି ରାତିରେ ଯେତେ ଡେରିରେ ଶୋଇଲେ ବି ସକାଳ ୪-୫ଟା ଭିତରେ ଶଯ୍ୟା ତ୍ୟାଗ କରି ଯୋଗ କରୁଥିଲେ । ଏହା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ନିର୍ଣ୍ଣୟ ଶକ୍ତି ବଢିଥାଏ ।
୨ – ନିତି ମୋଦି ନିଜ ବାସ ସ୍ଥାନରେ ସକାଳ ବୁଲା କରିଥାନ୍ତି । ଏହା ଦ୍ୱାରା ଶରୀରେର ରକ୍ତ ଚଂଚାଳନ ଠିକରେ ହୁଏ ।
୩ – ମୋଦି ଦିନ ମଧ୍ୟରେ ଅନେକ ଥର ଗଭୀର ନିଶ୍ୱାସ ନିଅନ୍ତି । ଏହା ଦ୍ୱାରା ଶରୀରକୁ ଅମ୍ଲଜାନ ଭରପୂର ଯାଇଥାଏ । ଶରୀରରେ ଶକ୍ତି ସଂଚାର ହୋଇଥାଏ ।
୪ – ମୋଦି ସକାଳେ ଭଲ ଜଳଖିଆ କରିଥାନ୍ତି । ଏହା ଦ୍ୱାରା ଦିନ ଯାକ ତାଙ୍କୁ କାମ କରିବାକୁ ଶକ୍ତି ମିଳେ ।
୫- ମୋଦି ନିରାମିଷ ଭୋଜନ କରିଥାନ୍ତି ।
୬ – ଖାଇଲା ବେଳେ ଏକା ସମୟରେ ଅଧିକା ଖାଇନଥାନ୍ତି ।
୭- ପ୍ରତିଦିନ ସେ ଅନେକ ଥର ଉଷୁମ ପାଣି ପିଇଥାନ୍ତି ।
୮- ନବରାତ୍ରି ଦିନରେ ୯ ଦିନ ଓ ଏହାଛଡା ଅନ୍ୟ ଦିନରେ ବି ଉପବାସ କରନ୍ତି ।
୯- ପ୍ରତିଦିନ ଧ୍ୟାନ ,ପ୍ରାଣାୟାମ କରିଥାନ୍ତି ।
୧୦ – କେବେ ବି ମୋଦି ଧୂମ୍ରପାନ କି ନିଶା ଦ୍ରବ୍ୟ ସେବନ କରନ୍ତି ନାହିଁ ।
୧୧ – ଆଧ୍ୟାତ୍ମିକତା ପୁସ୍ତକ ପଢନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଅଭ୍ୟାସକୁ ସର୍ବଦା କରିଥାନ୍ତି । ସେ ଦେଶ ଭିତରେ ଥାଆନ୍ତୁ ବା ବିଦେଶରେ ତାଙ୍କର ଦୈନିକ ଚଳନୀରେ ପରିବର୍ତ୍ତନ କରିନଥାନ୍ତି ।