ଓଡିଶାର ପ୍ରଥମ ଡିଜିଟାଲ ଗ୍ରାମଭାବେ ରେକର୍ଡ ସୃଷ୍ଟିକଲା ପୁରୀର ରଘୁରାଜପୁର ଗ୍ରାମ

39

କନକ ବ୍ୟୁରୋ : ଗାଁ ଦାଣ୍ଡରେ ପହଂଚିଛି ଭ୍ରାମ୍ୟମାଣ ଏଟିଏମ ମେସିନ । ବ୍ୟାଙ୍କଅଫ ଇଣ୍ଡିଆ ପକ୍ଷରୁ ଏହି ଗ୍ରାମକୁ ପୋଷ୍ୟଗ୍ରାମଭାବେ ନିଆଯାଇ କେନ୍ଦ୍ର ସରକାରଙ୍କ ଡ଼ିଜିଟାଲ ଟ୍ରାନାଜାକ୍ସନରେ ସାମିଲ କରାଯାଇଛି । ଏହି ଯୋଜନା ଅନୁସାରେ ଗ୍ରାମବାସୀଙ୍କ ପାଇଁ ଖୋଲାଯାଇଛି ୨୫୦ଟି ସଂଚୟ ଖାତା । ବ୍ୟବସାୟିକ କାରବାର ପାଇଁ ୨୦ଟି ପିଓଏସ ବା ସ୍ୱାପ ମେଶିନ ଦିଆଯାଇଛି । ଆଉ ଗ୍ରାମରେ ଏଟିଏମ୍ କାଉଂଟର ୫୦ ଦିନ ଭିତରେ ବସିବ ବୋଲି ନିଷ୍ପତି ନିଆଯାଇଛି ।

ଏହି ଐତିହ୍ୟ ଗ୍ରାମରେ ରହିଛି ୫୦ଟି ପରିବାର । ଆଉ ସମସ୍ତେ ଘରେ ଘରେ କୁଟୀର ଶିଳ୍ପ ଭାବେ ପଟ୍ଟଚିତ୍ର, ଗୋବର କଣ୍ଡେଇ, ହସ୍ତତନ୍ତ ସାମଗ୍ରୀ ନିର୍ମାଣ କରୁଛନ୍ତି । ଯାହାକୁ କିଣିବା ପାଇଁ ଏଠିକୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ପୁର୍ବରୁ ରଘୁରାଜପୁରରେ କ୍ୟାସଲେଶ ଯୋଜନା କାର୍ଯ୍ୟକାରୀ ହୋଇନଥିବାରୁ ବିଦେଶୀ ପର୍ଯ୍ୟଟକମାନେ ଫେରିଯାଉଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଆଉ ଏବେ କିନ୍ତୁ ପିଓଏସ ମେସିନ ଦ୍ୱାରା ସୁବିଧାରେ ପର୍ଯ୍ୟଟକମାନେ ହସ୍ତତନ୍ତ ସାମଗ୍ରୀ କିଣିପାରୁଛନ୍ତି । ଡିଜିଟାଲ ଇଣ୍ଡିଆର ଏହି ଡିଜିଟାଲ ଭିଲେଜକୁ ନେଇ ଏବେ ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରେ ଚର୍ଚା ଆରମ୍ଭ ହୋଇଯାଇଛି ।

ଦେଖନ୍ତୁ ଏହି ଭିଡିଓ –