ସ୍ତ୍ରୀ ଥାଇ ଆଉ ଜଣକୁ କରୁଥିଲେ ବିବାହ : ଗିରଫ ହୋଇ ଜେଲ ଗଲେ ଯୁବକ

54

© Trent Bailey Photography | www.trentbailey.comପ୍ରଥମ ସ୍ତ୍ରୀ ଥାଇ ଆଉ ଜଣକୁ ବିବାହ କରିବା ଯୁବକଙ୍କୁ ପଡିଛି ମହଙ୍ଗା । ଦିିଲ୍ଲୀରୁ ଆସିଥିବା ଯୁବତୀ କଣକ ବିବାହରେ ହଙ୍ଗାମା କଲେ । ଆଉ ଏହି ସମୟରେ ପୁଲିସ ଆସି ବରକୁ ଗିରଫ କରିଛନ୍ତି ।

ବୁଲନ୍ଦସହରର ଏକ ମ୍ୟାରେଜ ହୋମରେ ସିକନ୍ଦରାବାଦର ଶାହିଦଙ୍କ ବିବାହ ଉତ୍ସବ ଚାଲିଥିଲା । ବରଯାତ୍ରୀ ସବୁ ଭୋଜିଭାତରେ ମସଗୁଲଥିଲେ । ଏହି ସମୟରେ ଘଟିଲା ଏକ ଆଶ୍ଚର୍ଯ୍ୟକର ଘଟଣା । ଦିଲ୍ଲୀ ଶକୁରପୁରର ତବସୁମ୍ ନାମ୍ନୀ ଜଣେ ମହିଳା ସାଥିରେ କିଛି ଲୋକଙ୍କୁ ଧରି ହଠାତ ସେଠାରେ ହଙ୍ଗାମା ଆରମ୍ଭ କରିଦେଲେ । ଅନ୍ୟକୁ ବିବାହ କରୁଥିବା ଏହି ତାଙ୍କର ସ୍ୱାମୀ ବୋଲି କହିଥିଲେ । ତାଙ୍କ ସହ ଛାଡପତ୍ର ମଧ୍ୟ ହୋଇନାହିଁ । ହେଲେ ସେ ଦ୍ୱିତୀୟ ବିବାହ କରୁଛନ୍ତି ।

ପୁଲିସ ଏ ଖବର ପାଇଁ ସେଠାରେ ପହଁଚିଥିଲା ଏବଂ ସେହି ମହିଳା ପୁଲିସକୁ ବିବାହର ପ୍ରମାଣ ମଧ୍ୟ ଦେଇଥିଲେ । ପୁଲିସ ବାହାଘରକୁ ବନ୍ଦ କରି ଶାହିଦଙ୍କୁ ଗିରଫ କରିଥିଲେ । ମାମଲା ଏବେ କୋର୍ଟରେ । ସ୍ତ୍ରୀ ଥାଇ ଆଉ ଜଣକୁ ବିବାହ କରୁଥିବାର ଖବର ଏବେ ଚର୍ଚ୍ଚା ପାଲଟିଛି ।               (ସୈାଜନ୍ୟ – ନବଭାରତ ଟାଇମ୍ସ)