ଗର୍ଭନିରୋଧକ ଆପକୁ ନେଇ ଚର୍ଚ୍ଚା : ପ୍ରଥମଥର ପାଇଁ ମିଳିଲା ସରକାରୀ ସ୍ୱୀକୃତି

22

ଏବେ ସାରା ବିଶ୍ୱରେ ଖୁବ୍ ନାମ କମାଇଛି ଏହି ନୂତନ ଗର୍ଭନିରୋଧକ ଆପ୍ । ବର୍ତମାନ ସୁଦ୍ଧା ଏହି ଆପର ବ୍ୟବହାର ୧୬୧ଟି ଦେଶର ୧ଲକ୍ଷ ୫୦ ହଜାର ମହିଳା କରୁଛନ୍ତି । ବଜାରରେ ମିଳୁଥିବା କଣ୍ଡୋମ୍,ପିଲ୍ସ ଓ ଆଇୟୁଡି ଭଳି ସୁରକ୍ଷିତ ସେକ୍ସର ପାରମ୍ପରିକ ବିକଳ୍ପ ଭାବେ ଉପଲବ୍ଧ ଏହି ଆପକୁ ବିଟ୍ରିଶ ସରକାରଙ୍କ ସ୍ୱୀକୃତି ମିଳିଛି ।

ହାଫିଙ୍ଗଟନ ପୋଷ୍ଟର ରିପୋର୍ଟ ଅନୁସାରେ ,ନ୍ୟାଚୁରାଲ ସାଇକଲ୍ ନାମକ ଏହି ଆପକୁ ବିଟ୍ରେନ ସରକାରଙ୍କ ମେଡିସନ୍ ଏଣ୍ଡ ହେଲଥ କେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି ତରଫରୁ ମଂଜୁରି ମିଳିଛି । ଏହି ଆପ୍ ପାରମ୍ପରିକ ଉପାୟ ଠାରୁ ୯୯ ପ୍ରତିଶତ ଅଧିକ ପ୍ରଭାବଶାଳୀ ।
କେମିତି ଏହାକୁ ବ୍ୟବହାର କରିବେ ?
ଏହି ତାପମାନ ଆପକୁ ବ୍ୟବାହର କରିବା ପାଇଁ ମହିଳାଙ୍କୁ ସକାଳେ ଜିଭ ତଳେ ଚାପି ରଖିବାକୁ ହୁଏ । ଏହା ଦର୍ଶାଇବ ଯେ ଏହି ଦିନ ମହିଳା ଜଣକ କେତେ ଫର୍ଟାଇଲ୍ ଅଛନ୍ତି । ଏହି ଆପ୍ ଯଦି ସବୁଜ ରଙ୍ଗ ଦେଖାଏ । ଏହାର ଅର୍ଥ ମହିଳାଙ୍କ ସେଦିନ ପ୍ରଜନନ କ୍ଷମତା ନାହିଁ ଏବଂ ପ୍ରେଗେନାନ୍ସିର ରିକ୍ସ ବହୁତ କମ । ଯଦି ଆପଟି ଲାଲା ରଙ୍ଗ ଦେଖାଏ ,ତାହେଲେ ମହିଳାଙ୍କର ସେଦିନ ପ୍ରଜନନ କ୍ଷମତା ଅଧିକ ଥାଏ । ଏଣୁ ବିନା ସୁରକ୍ଷାରେ ସେକ୍ସ କଲେ ସେଦିନ ବହୁତ ସମସ୍ୟା ହୋଇଥାଏ ।

ଏହାସହ ମଧ୍ୟ ପଢନ୍ତୁ – ସ୍ମାର୍ଟଫୋନରେ ମେମୋରୀ ଫୁଲକୁ ନେଇ ଚିନ୍ତିତ କି? କେମିତି ଆପେ ଆପେ ଡିଲିଟ୍ ହେବ ଅଦରକାରୀ ଫଟୋ ,ଜାଣନ୍ତୁ ତରିକା