କୋଟିପତି ଚା’ବିକାଳିଙ୍କ ଆଉ ଏକ ଖୁଲାସା : କିଶୋର ଭଜିୟାୱାଲାଙ୍କ ପରିବାରରେ ୫୬ଟି ବ୍ୟାଙ୍କର ଖାତା

17

ସୁରତର କୋଟିପତି ଚା’ ବିକାଳି କିଶୋର ଭଜିୟାୱାଲାଙ୍କର ଆଉ ଏକ ଖୁଲାସାହୋଇଛି । ଏକ ଏଫଆଇଆରକୁ ଭର୍ତ୍ତି କରି ଧରାପଡିଯାଇଛନ୍ତି ସୁରତର । ସୁରତର ଆୟକର ବିଭାଗର ଅଧିକାରୀ ସିବିଆଇକୁ ଦେଇଥିବା ଏଫଆଇଆରରେ ଏହି ରହସ୍ୟକୁ ଖୋଲିଛନ୍ତି । କିଶୋର ଭଜିୟାୱାଲାଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର ୫୬ଟି ଖାତା ଥିଲା ।
ଏଫଆଇଆରରେ କୁହାଯାଇଛି ଭଜିୟାୱାଲା ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପାଖାପାଖି ୫୬ଟି ବ୍ୟାଙ୍କର ଖାତା ରହିଛି । ଏଥି ମଧ୍ୟରୁ ୧୩ଟି ଆକାଉଣ୍ଟ ରାଷ୍ଟ୍ରୀୟ ବ୍ୟାଙ୍କ , ୧୬ଟି ପ୍ରାଇଭେଟ ବ୍ୟାଙ୍କ ଓ ୧୭ଟି ଆକାଉଣ୍ଟ ସୁରତ ପିପୁଲ୍ସ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡରେ ରହିଛି ।

ପୁରୁଣା ନୋଟକୁ ବେଆଇନ ଭାବେ ଲେଣଦେଣ ଯୋଗୁଁ ସୋମବାର ଦିନ ସିବିଆଇ କିଶୋର ଭଜିୟାୱାଲାଙ୍କ ଦୁଇ ପୁଅ ଜିଗ୍ନେସ ଓ ବିଳାସ ଏବଂ ସୁରତର ପିପୁଲ୍ସ କୋଅପରେଟିଭ ବ୍ୟାଙ୍କ ଲିମିଟେଡର ମ୍ୟାନେଜର ପଙ୍କଜ ଭଟ୍ଟଙ୍କୁ ଜେରା କରିଥିଲେ । ଏହା ପୂର୍ବରୁ ସିବିଆଇ ଶନିବାର ଦିନ ସୁରତରେ ଓ ସେମାବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଜିୟାୱାଲାଙ୍କ ଜେରା କରିଥିଲେ ।

ଭଜିୟାୱାଲାଙ୍କ ପରିବାର ପାଖରେ ଅନେକ ବ୍ୟାଙ୍କର ବହୁ ଖାତା ରହିବା ସହ ଅନେକ ଡମି ନାମରେ ବ୍ୟାଙ୍କ ଲକର୍ସ ରହିଛି । ଏହି କୋଟିପତି ଚା’ବାଲା ଏବେ ଖବରର ଶିରୋନାମାରେ ।