ଜାପାନ ଓ ଅଷ୍ଟ୍ରେଲିଆର ସଡ଼କରେ ଗଡିବ ଭାରତ ନିର୍ମିତ ଜିପ୍ !

24

ଅଟୋମୋବାଇଲ୍ ତିଆରି କରୁଥିବା କଂପାନୀ ଫାୟଟ କ୍ରାଇସଲର ଅଟୋମୋବାଇଲ ( ଏଫସିଏ) ସ୍ଥାନୀୟ ସ୍ତରରେ ତିଆରି ଜିପ୍ କମ୍ପସ୍ ଏସୟୁବିକୁ ଜାପାନ ଓ ଅଷ୍ଟ୍ରେଲିଆ ଏକ୍ସପୋର୍ଟ କରିବା ଆରମ୍ଭ କରିଦେଇଛି । ବମ୍ବେ ପୋର୍ଟ ଟ୍ରଷ୍ଟର ୬୦୦ ଜିପ୍ କମ୍ପସର ପ୍ରାଥମିକତା ଭାବେ ଏହି ଦୁଇ ଦେଶକୁ ପଠାଯାଇଛି । ଏହି ସୂଚନା ଏଫସିଏ ଇଣ୍ଡିଆ ଏକ ଘୋଷଣା ମାଧ୍ୟମରେ ଜଣାଇଛି ।

ଜିପ୍ କମ୍ପସର ନିର୍ମାଣ ପୁଣେ ନିକଟସ୍ଥ କଂପାନୀ ରନାଙ୍ଗଗାଓ ପ୍ଲାଂଟରେ ହୋଇଛି । ଏହାର ପ୍ରାରମ୍ଭିକ ଦାମ୍ ୧୪.୯୫ ଲକ୍ଷ ଟଙ୍କା ରହିଛି ।ଫାୟଟ ଇଣ୍ଡିଆ ଅଟୋମୋବାଇଲ ପ୍ରା.ଲି(ଏଫଆଇଏପିଏଲ୍) ର ମୁଖ୍ୟ ଅଧିକାରୀ ଅଫିସର ଗୁରୁପ୍ରତାପ ବୋପାରାୟ କହିଛନ୍ତି କି , ‘ ଆମେ ଏହି କ୍ୟାଲେଣ୍ଡର ବର୍ଷର ଚତୁର୍ଥ ଭାଗରେ ଭାରତରେ ନିର୍ମିତ ଜିପ୍ କମ୍ପସ୍ ର ଶିପିଂ ଆରମ୍ଭ କରିବାକୁ ଯୋଜନା କରିଥିଲେ । ଏବଂ ଆମେ ଏବେ ଟ୍ରାକରେ । ଖୁବ୍ ଶୀଘ୍ର ଏହା ଅଷ୍ଟ୍ରେଲିଆ ଓ ଜାପାନର ସଡକରେ ଗଡିବାର ନଜର ଆସିବ ।’

ଏହା ନିଶ୍ଚୟ ଏକ ଗୌରବର କଥା । କାହିଁକି ନା ଭାରତ ନିର୍ମିତ ଯାନ୍ତ୍ରିକ କୌଶଳରେ ଅନ୍ୟ ଦେଶ ନିର୍ଭର କରିବେ । ଆଉ ନିଜର ଯାତ୍ରାର ମଜା ନେବେ ।

( ସୌଜନ୍ୟ- ନବଭାରତ ଟାଇମ୍ସ)