ପ୍ରେମ ହୋଇଗଲା ଆତଙ୍କବାଦୀକୁ ! କାମ ରହିଗଲା ଅଧା

33

danialaକୁହାଯାଏ ପ୍ରେମ କେତେବେଳେ କେମିତି ହୋଇଯାଏ , ଏହା କାହାକୁ ଜଣାନଥାଏ । ସ୍ଥାନ, କାଳ ଓ ପାତ୍ର ବିଶେଷରେ ଏହା ସବୁଠି ବିଚରଣ କରିଥାଏ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଆମେରିକାର ଗୁପ୍ତଚର ସଂସ୍ଥା ଏଫବିଆଇର ଜଣେ ମହିଳା କର୍ମଚାରୀଙ୍କ ଆଶ୍ଚର୍ଯ୍ୟକର ମାମଲା ଏବେ ଚର୍ଚ୍ଚିତ ସାଜିଛି ।

ସୂଚନା ଅନୁସାରେ ଡେନିଏଲା ଗ୍ରୀନ ନାମଙ୍କ ଏହି ମହିଳା ୨୦୧୪ରେ ଆତଙ୍କବାଦୀଙ୍କ ଯାଂଚ ପାଇଁ ଗୋପନୀୟ ଭାବେ ଯାଇଥିଲେ ସିରିଆ । କିନ୍ତୁ ସେଠାରେ ତାଙ୍କର ଜଣେ ଆତଙ୍ଗବାଦୀ ସହ ପ୍ରେମ ହୋଇଗଲା ଏବଂ ପରସ୍ପର ବିବାହ କରିଥିଲେ । ଭୟଙ୍କର ଆତଙ୍କ ଓ ହତ୍ୟା ଦେଖି ଗୋଟେ ସପ୍ତାହରେ ନିଜ ଭୁଲର ପଶ୍ଚାତାପ କରିବାକୁ ଲାଗିଲେ ଡେନିଏଲା । ସେ ଏଫବିଆଇକୁ କହିଛନ୍ତି ଯେ , ସିରିଆରେ ତାଙ୍କ ଭେଟ ଡେନିସ୍ କସ୍ପର୍ଟ ନାମକ ଜଣେ ଆଇଏସ୍ ଆତଙ୍କୀ ସହ ହୋଇଥିଲା । ଡେନିସ ପାଖାପାଖି ୧ ବର୍ଷ ତଳେ ନିଜର ଧର୍ମ ପରୋବର୍ତ୍ତନ କରି ସିରିଆରେ ପହଁଚିଥିଲେ ଏବଂ ଆଇଏସ୍ ଆତଙ୍କବାଦୀ ହୋଇଯାଇଥିଲେ । ଜର୍ମାନୀରେ ରହୁଥିବା ଡେନିସ୍ ଥିଲେ ରାପ୍ ସିଙ୍ଗର ।

ଡେନିଏଲା ଆମେରିକା ଫେରିବାକୁ ଚାହୁଁଥିଲେ । କିନ୍ତୁ ଆତଙ୍କବାଦୀଙ୍କ ଜାଲରୁ ଖସିବା ସହଜ ନଥିଲା । କାରଣ ଧରାପଡିଲେ ମୃତ୍ୟୁ ସୁନିଶ୍ଚିତ । ସେ ଡେନିସଙ୍କୁ ନିଜର କଥାରେ ବିଶ୍ୱାସ ଜନ୍ମାଇଲେ । ଏହାପରେ କୈାଶଳ କରି ଆମେରିକା ଆସିବାରେ ସଫଳ ହୋଇଥିଲେ । ଡେନିଏଲା ନିଜର ସେହି ଅନୁଭୂତିକୁ ବଖାଣିବା ସହ ଚକିତ ହେଉଛନ୍ତି କେମିତି ଏପରି ଭୁଲ୍ ହୋଇଗଲା ।          ( ସୈାଜନ୍ୟ : ଭାସ୍କର ଡଟ୍ କମ୍ )