ଅନର କିଲିଂ ! ୧୭ ବର୍ଷୀୟା ଝିଅକୁ ବିଦ୍ୟୁତ୍ କରେଣ୍ଟ ଦେଇ ମାରିଲେ ନିଷ୍ଠୁର ପିତା

35

ହରିଆଣା : ୧୭ ବର୍ଷୀୟା ଝିଅଟି ଭଲପାଉଥିଲା ଜଣେ ଯୁବକକୁ । ଆଉ ପରସ୍ପର ବିବାହ କରିବା ପାଇଁ ବାଧା ସାଜିଥିଲା ଝିଅର ପରିବାର । କାରଣ ପୁଅଟି ଥିଲା ନିଚ୍ଚ ଶ୍ରେଣୀୟ । ଏଣୁ ଝିଅଟି ତାର ସେହି ପ୍ରେମିକ ସହ ଘରୁ ପଳାଇଥିଲା । ହେଲେ ସେମାନଙ୍କର ପ୍ରେମକୁ ସାକାର କରିବାକୁ ଦେଇନଥିଲେ ଝିଅର ପରିବାର ଲୋକ । ଶେଷରେ ଝିଅକୁ ବିଦ୍ୟୁତ କରେଣ୍ଟ ଦେଇ ମାରିଦେଇଥିଲେ । ଏଭଳି ଏକ ଅମାନବୀୟ ଘଟଣା ପ୍ରକାଶ ପାଇଛି ନବଭାରତ ଟାଇମ୍ସରେ ।

ସୂଚନା ଅନୁସାରେ, ହରିଆଣାର ପାନିପଥ ଜିଲ୍ଲାରେ ଘଟିଛି ଏ ଘଟଣାଟି । ନିଜ ପ୍ରେମିକ ସହ ଘରୁ ଫେରାର୍ ହୋଇଯାଇଥିବା ୧୭ ବର୍ଷୀୟା ଝିଅଟିକୁ ନିଜ ପରିଜନଙ୍କ ଦ୍ୱାରା ମାରିଦେବା ଘଟଣା ଏକ ଅନର କିଲିଂ ବୋଲି କୁହାଯାଉଛି । ସେ ଝିଅର ପିତା ଓ ଦାଦା ମିଶି ଏପରି ନିଷ୍ଠୁର ପଦକ୍ଷେପ ନେଇଛନ୍ତି । ପୁଲିସ୍ ଦୋଷୀ ପିତା ସୁରେଶ କୁମାର ଓ ଦାଦା ଶ୍ୟାମ ପଣ୍ଡିତଙ୍କୁ ଗିରଫ କରିଛି ।

ପୁଲିସର ସୂଚନା ଅନୁସାରେ, ଦୁଇଜଣଙ୍କ ନାଁରେ ଆରୋପ ଯେ, ସେମାନେ ନିଜର ୧୭ ବର୍ଷୀୟ ଝିଅକୁ ବିଦ୍ୟୁତ କରେଣ୍ଟରେ ମାରିିଦେଇଛନ୍ତି । ଏବଂ ଶବକୁ ଗୋପନରେ ଜଳାଇଦେଇଛନ୍ତି । । ଉଭୟ ଆରୋପିଙ୍କୁ ଶନିବାର ଦିନ ପ୍ରଥମ ଡ୍ୟୁଟି ମାଜଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ କରାଯାଇଛି । ଏବଂ ପୁଣି ଗୋଟିଏ ଦିନର ପୁଲିସ୍ ରିମାଣ୍ଡରେ ପଠାଇଦିଆଯାଇଛି । ମଦଲୈାଦା ଡିଏସପି ଓ କେସର ସୁପରଭାଇଜିଂ ଅଧିକାରୀ ବାଲି ସିଂହ କହିଛନ୍ତି, ‘ଝିଅଟି ନିଜର ପ୍ରେମିକ ସହ ୟୁପି ର ସାମଲୀ ଜିଲ୍ଲାର କାନ୍ଧଲା ଜିଲ୍ଲାକୁ ପଳାଇଥିଲା ।’

ଡିଏସପି ଆଉ ଅଧିକ ତଥ୍ୟ ଦେଇ କହିଛନ୍ତି, ଝିଅର ପରିବାର ଲୋକ କୈାଣସି କଂପ୍ଲେନ୍ ଦେଇନାହାଁନ୍ତି । ଏବଂ ଗୋଟିଏ ସପ୍ତାହ ଭିତରେ ସେହି ପ୍ରେମୀ ଯୁଗଳଙ୍କୁ ପ୍ଲାନ ମୁତାବକ ଫେରାଇ ଆଣି ମାରିଦେଇଥିଲେ । ଆଉଜଣେ ଅନ୍ୟ ପୁଲିସ ଅଧିକାରୀ କହିଛନ୍ତି , ସୁରେଶ ଓ ଶ୍ୟାମ କ୍ରୋଧରେ ଝିଅକୁ ଧରି ହାଇ ଭୋଲଟେଜ ତାରରେ କରେଣ୍ଟ ଦେଇଥିଲେ । ଆମକୁ ଏହି ମାମଲାର ସୂଚନା ଶୁକ୍ରବାର ସକାଳେ ମିଳିଥିଲା ଏବଂ ଆମ ଟିମ୍ ସେହି ଗାଁରେ ପହଁଚିବା ପୂର୍ବରୁ ସେମାନେ ଶବକୁ ଦାହ କରିସାରିଥିଲେ । ମାମଲାର ଫୋରେନ୍ସିକ୍ ଏକ୍ସପର୍ଟ ଡିଏନଏ ଟେଷ୍ଟ ପାଇଁ ସାମ୍ପଲ୍ସ ଏକତ୍ର କରିଛନ୍ତି ।