୪ କୋଟିର ଦୁର୍ଗାମୂର୍ତି : ଦୁର୍ଗାପୂଜାରେ ଝଲସିବ ଅଗରତାଲା ପୂଜା ପେଣ୍ଡାଲ

57

33ଦୁର୍ଗା ପୂଜାର ମାହୋଲ ଦେଶରେ ବିଭିନ୍ନ ପ୍ରାନ୍ତରେ ଖୁବ୍ ସ୍ୱତନ୍ତ୍ରତା ଆଣିଥାଏ । ଏହାକୁ ଆକର୍ଷଣୀୟ କରିବା ପାଇଁ ଅନେକ ଚାହିଁଥାନ୍ତି । ଆଉ ଏଥିରେ ଏବେ ସାମିଲ ହୋଇଛନ୍ତି ଚତ୍ରବନ୍ଧୁ କ୍ଲବ୍ । ସୂଚନାନୁସାରେ ୪ କୋଟିର ଏକ ସୁଦୃଶ୍ୟ ଦୁର୍ଗାମୂର୍ତି ଅଗରତାଲା ପେଣ୍ଡାଲରେ ସ୍ଥାପନ ହେବାକୁ ଯାଉଛି । ଏହି ୪ କୋଟିର ୧୦.୫ଫୁଟର ମୂର୍ତି ଆମେରିକାର ହୀରା ଓ ସୁନା ଖଚିତରେ ତିଆରି ଏହା ବିଶ୍ୱର ସବୁଠୁ ମହଙ୍ଗା ଦୁର୍ଗାମୂର୍ତି ହେବାର ଖ୍ୟାତି ଅର୍ଜନ କରିଛି ।

44ୱେଷ୍ଟ ବେଙ୍ଗଲର ଆର୍ଟିଷ୍ଟ ଇନ୍ଦ୍ରଜିତ ପୋଡାର ଏହାକୁ ତିଆରି କରିଛନ୍ତି । ଆଉ ସବୁଠୁ ଖୁସିର କଥା ଯେ ଏବେ ରିଓରେ ସାରା ଦେଶକୁ ଚମକେଇ ଥିବା ରିଓ ଅଲିମ୍ପିୟାନ ଦୀପା କର୍ମକାର ଏହାର ଉଦଘାଟନ ପର୍ବରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଅଗରତାଲାର ଏହି ଚତ୍ରବନ୍ଧୁ କ୍ଲବ୍ ଉତ୍ସବ ମୁଖର ହୋଇଉଠିଛି ।