ଚର୍ଚ୍ଚାରେ ନକଲି ଓବାମା : ଦେଖିବାକୁ ଅବିକଳ ଓବାମାଙ୍କ ପରି

53

f0f71f96-8495-4ea2-ad49-6280dee37a2cଆମେ ସମସ୍ତେ ଜାଣିଛେ ଦୁନିଆରେ ଜଣକର ରୂପ ଓ ବେଶଭୂଷା ସହ ଆହୁରି ବି ଲୋକ ଦେଖାଯା’ନ୍ତି । ସେମାନେ ଦେଖିବାକୁ ପୂରା ଏକାପରି ଲାଗନ୍ତି । ସତେ ଦୁଇ ଭାଇ ଭଳି ।

କିନ୍ତୁ ଯଦି ଜଣେ ସାଧାରଣ ମଣିଷର ଚେହେରା ଦେଖିବାକୁ ବାରାକ୍ ଓବାମାଙ୍କ ସହ ମିଶୁଥାଏ । ତାହେଲେ ସେ ଦୁନିଆରେ କିଛି ନକରି ଜଣେ ସେଲିବ୍ରିଟି ପାଲଟି ଯିବ । ହଁ ଏମିତି ହିଁ ଘଟିଛି ଜଣେ ସାଧାରଣ ବ୍ୟକ୍ତି କ୍ଷେତ୍ରରେ । ଦୈନିକ ଜାଗରଣରେ ପ୍ରକାଶିତ ହୋଇଛି ଏ ଖବର ।

xiao-jiguo-obama-lookalike-china-1ଚୀନର ୨୯ ବର୍ଷୀୟ ସିୟାଓ ଜିଗୁଆ । ଦେଖିବାକୁ ଅବିକଳ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ପରି । ପ୍ରକୃତିର କରିସ୍ମାରେ ବଦଳିଯାଇଛି ସେହି ବ୍ୟକ୍ତିଙ୍କର ଦୁନିଆ । ପାଇଛନ୍ତି ଅନେକ ଖ୍ୟାତି ଓ ପ୍ରଶଂସା । ତାସହ ଟଙ୍କା ।

ଘଟଣା ଥିଲା ଏମିତି । ସିୟାଓ ଜୁଗୁଆଙ୍କ ଜଣେ ବନ୍ଧୁ ସିୟାଓଙ୍କର ଏକ ଭିଡିଓ ସୁଟ୍ କରି ଇଂଟରନେଟରେ ଅପଲୋଡ କରିଦେଇଥିଲେ । ଏହାପରେ ବଦଳିଯାଇଥିଲା ସିୟାଓଙ୍କ ଦୁନିଆ । ନକଲି ଓବାମାର ଷ୍ଟାମ୍ପ ଲାଗିଯାଇଥିଲା ତାଙ୍କ ପଛରେ । ପରେ ପରେ ସିୟାଓ ପାଲଟିଗଲେ ଜଣେ ନାମକରା ସେଲିବ୍ରିଟି । ଟଙ୍କା ପଇସାର ଅଭାବ ରହିଲାନି ।

ଏମିତି ଲୋକପ୍ରିୟ ପାଲଟିଗଲେଯେ , ‘ଚୀନ ଡ୍ରିମ୍ ‘ ନାମକ ଏକ ଟେଲିଭିଜନ ସୋ’ରେ ଭାଗନେଲେ ସିୟାଓ । ଏହାପରେ ମିଡିଆର ଚର୍ଚ୍ଚିତ ବ୍ୟକ୍ତି ପାଲଟି ଯାଇଛନ୍ତି ସିୟାଓ ।

ଏହାସହ ଦେଖନ୍ତୁ ଏହି ଭିଡିଓ –