ବିନା ଚାଳକରେ ବିମାନ ! ଆହତ ବ୍ୟକ୍ତିଙ୍କୁ ପହଁଚାଇବ ଡାକ୍ତରଖାନାରେ

22

ଆପଣ ମାନବରହିତ ବା ବିନା ଚାଳକରେ ଉଡୁଥିବା ହେଲିକପ୍ଟର ବିଷୟରେ ଶୁଣିଥିବେ । ଯାହା ଶତ୍ରୁକୁ ଆକ୍ରମଣ କରିବା ପାଇଁ ବା କିଛି ଘଟଣାର ତଦନ୍ତ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ହେଲେ ଏବେ ଆହତ ମାନଙ୍କୁ ଡାକ୍ତରଖାନାରେ ପହଁଚାଇବ କାମ କରିବ ଏହି ଚାଳକ ବିହୀନ ବିମାନ ।

ଆମେରିକାର ସେନା ବାହିନୀ ପକ୍ଷରୁ ଡିପି-୧୪ହକ୍ ହେଲିକପ୍ଟରର ବ୍ୟବହାର କରାଯିବ । ଏହା ଆହତ ସୈନିକମାନଙ୍କୁ ଯୁଦ୍ଧ ସ୍ଥଳରୁ ଡାକ୍ତରଖାନା ପହଁଚାଇବାର କାମରେ ନିୟୋଜିତ ହେବ । ଏହି ବିମାନ ସଂପୂର୍ଣ୍ଣ ରୂପେ ଇଣ୍ଟରନାଲ ଇନଭେଷ୍ଟିଗେସନ ସିଷ୍ଟମ ଉପରେ ନିର୍ଭର କରିବ । ଏଥିରେ ଜିପିଏସର ଆବଶ୍ୟକତା ପଡିବ ନାହିଁ । ଏହାର ପରୀକ୍ଷାମୂଳକ ପରୀକ୍ଷଣ ଶେଷ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହି ବିମାନକୁ ସେବାରେ ସାମିଲ କରାଯିବ । ୨ଟି ଇଂଜିନ ବିଶିଷ୍ଟ ଏହି ହେଲିକପ୍ଟରଟି ଏତେ ଛୋଟ ଯେ ଏହାକୁ କୈାଣସି ଗାଡି ଭିତରେ ବି ରଖାଯାଇପାରିବ ।

ଘଣ୍ଟା ପ୍ରତି ୧୩୦ କି.ମି ବେଗରେ ଉଡିବାର କ୍ଷମତା ରଖୁଥିବା ଏହି ବିମାନ ୨ଶହ କିଲୋଗ୍ରାମ ଓଜନ ପରିବହନ କରିପାରିବ । ସେନାବାହିନୀ ପକ୍ଷରୁ କୁହାଯାଇଛି ଯେ, ଏହାକୁ ଉଦ୍ଧାର କାର୍ଯ୍ୟ ବ୍ୟତୀତ କୃଷି ଓ ବନ୍ୟଜନ୍ତୁ ସୁରକ୍ଷାରେ ମଧ୍ୟ ସାମିଲ କରାଯିବ ।