ନାସାରେ ଚାକିରି କରିବାକୁ ଚାହୁଛନ୍ତି କି ? କେମିତି କରିବେ ଆପଣଙ୍କର ସ୍ୱପ୍ନକୁ ସାକାର , ଜାଣନ୍ତୁ

57

nen-now-internsକନକ ବ୍ୟୁରୋ : ନାସାରେ ଜବ୍ କରିବାକୁ ସ୍ୱପ୍ନ ରଖିଛନ୍ତି କି ? ନିଶ୍ଚୟ ଆପଣ ଚାହିଁଲେ ଏହାକୁ ସତ କରିପାରିବେ । ଏହା କୈାଣସି କଷ୍ଟକର କାମ ନୁହେଁ । ନାସାରେ ଏବେ ୧୮,୩୦୦ ଆବେଦକଙ୍କ ମଧ୍ୟରୁ କେବଳ ୧୨ ଜଣକୁ ବଛାଯାଇଛି । ଆସନ୍ତୁ ତାହେଲେ ଜାଣିବା ନାସାରେ ଚାକିରି ପାଇଁ କେଉଁ ପ୍ରକ୍ରିୟା ଓ କେଉଁ ଯୋଗ୍ୟତା ଦରକାର –

ଶିକ୍ଷାଗତ ଯୋଗ୍ୟତା – ଆବେଦକଙ୍କୁ ସାଇନ୍ସ , ଟେକ୍ନୋଲୋଜି,ଇଂଜିନିୟରିଂ ବା ମାଥମେଟିକ୍ସରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କିରଥିବେ । ଏହା ଛଡା ପୋଷ୍ଟ ଗ୍ରାଜୁଏସନ ଓ ୱାର୍କ ଏକ୍ସପେରିଏନ୍ସ ଅଥବା ବିମାନ ଉଙ୍ଗାଣରେ ଅତି କମରେ ଏକ ହଜାର ଘଂଟାର ଅଭିଜ୍ଞତା ମଧ୍ୟ ଚୟନ ପାଇଁ ନିହାତି ଜରୁରୀ ଅଟେ ।

astronautଶାରୀରିକ ଦକ୍ଷତା – ନାସାରେ ଜବ୍ ପାଇଁ ପ୍ରାର୍ଥୀଙ୍କୁ ଶାରୀରିକ ରୂପରେ ମଧ୍ୟ ଫିଟ୍ ହେବା ଜରୁରୀ ହୋଇଥାଏ । ଦେଖିବାକୁ ସୁସ୍ଥ ଥିବେ ଓ ଉଚ୍ଚତା ୫ଫୁଟ୍ ୨ଇଂଚରୁ ନେଇ ୬ଫୁଟ୍ ୩ ଇଂଚ ଯାଏ ହୋଇଥିବା ଦରକାର । ନର୍ମାଲ୍ ବ୍ଲଡ ପ୍ରେସର , ୧୪୦/୯୦ରୁ ଅଧିକ ହୋଇନଥିବ ।

୨ବର୍ଷର ଟ୍ରେନିଂ – ପ୍ରାର୍ଥୀଙ୍କୁ ୨ବର୍ଷର ଟ୍ରେନିଂ ଦିଆଯାଇଥାଏ । । ଏହି ସମୟରେ ପ୍ରାର୍ଥୀଙ୍କୁ ମିଶନରେ ଆବଶ୍ୟକ ହେଉଥିବା କୈାଶଳ ବିଷୟରେ ଶିଖାଯାଏ । ଯେପରିକି ୨୫ ମିଟର ଲମ୍ବା ଜଳାଶୟରେ ପହଁରିବା ଏବଂ ଫ୍ଲାଇଟ୍ ସୁଟ୍ ପିନ୍ଧି ୧୦ ମିନିଟ୍ ଯାଏ ପାଣିରେ ଚାଲିବା ।

astronaut2ମହାକାଶକୁ ଯିବାର ଟ୍ରେନିଂ – ମହାକାଶକୁ ଯିବା ପାଇଁ ମାସେ ପୂର୍ବରୁ ଟ୍ରେନିଂ ଦିଆଯାଇଥାଏ । ମହାକାଶକୁ ଯାଇ କଣ କରିବାକୁ ହେବ , ଏହି ପ୍ରଶିକ୍ଷଣରେ ଚୟନ ପ୍ରାର୍ଥୀଙ୍କୁ ଶିଖାଯାଇଥାଏ ।

ବାର୍ଷିକ ଦରମା – ମହାକାଶ ଯାତ୍ରୀଙ୍କର ବାର୍ଷିକ ଦରମା ପାଖାପାଖି ୪୫ ଲକ୍ଷ ଟଙ୍କାରୁ ନେଇ ୯୫ ଲକ୍ଷ ଟଙ୍କା ହୋଇଥାଏ । ରାଙ୍କ୍ ଓ ଅଭିଜ୍ଞତାକୁ ନେଇ ଅନୁଭବୀ ମହାକାଶଯାତ୍ରୀଙ୍କୁ ଏକ କୋଟିରୁ ଅଧିକା ଦରମା ମଧ୍ୟ ମିଳିଥାଏ । ବୋର୍ଡରେ ସାମିଲ୍ ହେବା ପରେ ପୁସ୍ତକ ଲେଖିବା , ପବ୍ଲିକ୍ ସ୍ପିକିଂ ପାଇଁ ଅର୍ଥ ବା କୈାଣସି କଂପାନୀ ଠାରୁ ଗିଫ୍ଟ ନେବାର ଅନୁମତି ନାହିଁ ।

(ସୌଜନ୍ୟ-ନବଭାରତ ଟାଇମ୍ସ)