ନଦୀରେ ଡ୍ରାଗନ ଭଳି ଦେଖାଯାଉଥିବା ବିଶାଳକାୟ ସାପ : ଦେଖନ୍ତୁ ଏହି ଅଦ୍ଭୁତ ଜୀବକୁ

155

captureଇଣ୍ଡୋନେସିଆର ବୋର୍ଣ୍ଣିଓ ଦ୍ୱୀପରେ ଏକ ନଦୀରେ ଏକ ବିରାଟ ସାପ ଦେଖିବାକୁ ମିଳିଛି । ଯାହା ଏକ ଡ୍ରାଗନ ସଦୃଶ୍ୟ । ଏହାର ଲମ୍ବ ଆନୁମାନିକ ୧୦୦ଫୁଟର ହେବ । ସୂଚନା ଅନୁସାରେ ବୋର୍ଣ୍ଣିଓର ବାଲେହ ନଦୀରେ ଡିଜାଷ୍ଟର ଦଳର କିଛି ଲୋକ ହେଲିକପ୍ଟରରେ ଏହି ବନ୍ୟା ଅଂଚଳର ଅନୁଧ୍ୟାନ ବେଳେ ଫଟୋ ଉଠାଉଥିଲେ । ଏତିକି ବେଳେ ନଦୀରେ ଏକ ବିଶାଳକାୟ ଜୀବ ଭାସୁଥିବାରୁ ସେମାନେ ଦେଖିବାକୁ ପାଇଥିଲେ । ଏକ ବିରାଟ ବଡ ସାପ ପରି ଲାଗୁଥିଲା ।

4ଏହି ଅଜବ ଜୀବର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ସାଜିଛି । ଏହି ଦ୍ୱୀପର ପାଖରେ ରହୁଥିବା କିଛି ସ୍ଥାନୀୟ ଲୋକେ ମଧ୍ୟ ଏପରି ସାପକୁୁ ଦେଖିବାର କହିଛନ୍ତି । ଖବର ଅନୁସାରେ ସେଠାର ବାସିନ୍ଦାଙ୍କ କହିବାନୁସାରେ ,ପୁରୁଣା ଗ୍ରନ୍ଥମାନଙ୍କରୁ ମିଳିଥିବା ତଥ୍ୟ ମୁତାବକ ଏ ହେଉଛି ନାବୈା । ଯାହା ଦ୍ୱିତୀୟ ଜୀବର ରୂପ ଧାରଣ କରିପାରେ । ହେଲେ ଏବେସୁଦ୍ଧା ଏ ଜୀବ ବିଷୟରେ କୈାଣସି ସଠିକ ତଥ୍ୟ ମିଳିନାହିଁ । ସାପ ପରି ଦେଖାଯାଉଥିବା ଏ ଅଜୀବ ଜୀବଟି କଣ ଓ କେଉଁଠୁ ଆସିଛି । କିନ୍ତୁ ଯଦି ଏହା ଡ୍ରାଗନ ହୋଇଥାଏ ତ ଏହା ଭୟଭୀତ ହେବାର ଖୁବ୍ ଆଶଙ୍କା ।      ( ସୈାଜନ୍ୟ – ଡେଲିମେଲ୍ )