ଅନ୍ଧବିଶ୍ୱାସର ନିଆରା ପରମ୍ପରା : କୁକୁର ସହ ୩ ରୁ ୫ ବର୍ଷର ପିଲାକୁ କରାଯାଏ ବିବାହ

160

ggସମସ୍ତେ ଜାଣନ୍ତି ଆମ ସମାଜରେ ଗୋଟେ ପୁଅ ସହ ଗୋଟେ ଝିଅର ବିବାହ ହୋଇଥାଏ । ହେଲେ କେବେ ଶୁଣିଛକି ମଣିଷ ପିଲା କୁକୁର ସହ ବିବାହ ହେବାର । ଏହା ଜାଣି ଆପଣ କେବେ ବିଶ୍ୱାସ କରିବେନି ଯେ କୁକୁର ସହ ବିବାହ କରାଯାଏ ବୋଲି । କିନ୍ତୁ ଏହି କଥା ବିଶ୍ୱାସ ନହେଲେ ବି ପୂରା ସତ ।

ଛତିଶଗଡର ବାଲକୋ ଅଂଚଳରେ ରହୁଥିବା ଏକ ସାନ୍ତାଳ ସଂପ୍ରଦାୟର ଲୋକମାନେ ଏହାକୁ ପରଂପରା ମାନିନେଇଛନ୍ତି । ମକର ସଂକ୍ରାନ୍ତିର ଅବସରରେ ଏହି ଆଦିବାସୀ ସଂପ୍ରଦାୟର ଲୋକେ ନିଜ ପିଲାର ଜୀବନରେ ମୃତ୍ୟୁଦୋଷକୁ ନାଶ କରିବା ପାଇଁ ସେମାନଙ୍କର ବିବାହ କୁକୁର ସହ କରିଥାନ୍ତି ।

6069-dogs-marriage-02ପିଲାକୁ ମୃତ୍ୟୁ ଦୋଷ ଅଛି ବୋଲି କେମିତି ଜାଣନ୍ତି ?

ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କର ପିଲାକୁ ମୃତ୍ୟୁ ଦୋଷ ଅଛି ବୋଲି ସେମାନେ ଏକ ଚମତ୍କାର ତରିକାରେ ଜାଣିଥାନ୍ତି । ଓଡିଶାରେ ରହୁଥିବା ଏହି ସାନ୍ତାଳ ଆଦିବାସୀ ଲୋକ ନିଜ ପିଲାର ପ୍ରଥମ ଦାନ୍ତ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ଯଦି ପିଲାର ଉପର ଦାନ୍ତ ପ୍ରଥମ ଆସିଥାଏ । ସେମାନେ ଏହାକୁ ପିଲାର ମୃତ୍ୟୁ ଦୋଷ ଅଛି ବୋଲି ମାନିଥାନ୍ତି ।

marrying_an_animal_for_a_fruitful_married_life_image_title_jujlfମୃତ୍ୟୁଦୋଷ ଦେଖାଦେଲେ ପିଲାର କ’ଣ କ୍ଷତି ହୁଏ ?

ପିଲାକୁ ଖୁବ୍ ଜ୍ୱର ହୁଏ ଓ ସେ ମରିବି ଯାଏ । ଏଣୁ ପିଲାକୁ ଏହି ଦୋଷରୁ ମୁକ୍ତି ପାଇଁ ଏହି ସାନ୍ତାଳ ଆଦିବାସୀ ମାନେ ପୂର୍ବପୁରୁଷରୁ ବଂଶଗତ ଭାବେ ଏହି ପରଂପରାରେ ବିଶ୍ୱାସ କରିଆସୁଛନ୍ତି । ଏହି ପରଂପରାରେ ପାଖାପାଖି ୩ ବର୍ଷରୁ ୫ ବର୍ଷ ଯାଏ ପିଲାର ବିବାହ କୁକୁର ସହ ହୋଇଥାଏ ।

ଯଦି ଏହି ମୃତ୍ୟୁଦୋଷ କୈାଣସି ପୁଅକୁ ଲାଗିଥାଏ । ଏହାର ବିବାହ ମାଈ କୁକୁର ସହ କରାଯାଇଥାଏ ଏବଂ ଝିଅକୁ ଲାଗିଥିଲେ ଅଣ୍ଡିରା କୁକୁର ସହ କରାହୁଏ । ଏହି ଆଦିବାସୀଙ୍କ କହିବାନୁସାରେ ସେମାନଙ୍କର ପୂର୍ବଜଙ୍କର ବିଶ୍ୱାସ ଥିଲା ଯେ ଯେଉଁ ପିଲାଙ୍କ ଠାରେ ଏହି ଦୋଷ ଦେଖାଯାଏ ତାକୁ କୁକୁର ସହ ବିବାହ କରିବା ଜରୁରୀ ବୋଲି। ନୁହେଁତ ସେହି ପିଲାର ମୃତ୍ୟୁ ହୋଇଥାଏ । କିନ୍ତୁ ଏହା ସେହି ସାନ୍ତାଳ ଆଦିବାସୀଙ୍କର ଏକ ଅନ୍ଧବିଶ୍ୱାସ ବୋଲି ଲୋକେ କୁହନ୍ତି ।

ଏହା ସହ ଦେଖନ୍ତୁ –ପୁରୀରେ ସେବାୟତ ପରିବାର କୁଆଁରୀଙ୍କ ଗୌରୀ ବ୍ରତ : ଭଲ ବର ଭଲ ଘର ପାଇଁ ମାନସିକ