ଛାତିରେ ପଶିଥିବା ଅଢେଇ ଫୁଟର ଲୁହା ରଡକୁ ବାହାର କଲେ ଡାକ୍ତର ! ଏବେ ବି ଯୁବକଙ୍କ ଅବସ୍ଥା ଗମ୍ଭୀର

23

ଲକ୍ଷ୍ନୈା : କେଜିଏମୟୁରେ ଟ୍ରମା କେୟାରର ସାତ ଜଣ ଡାକ୍ତରୀ ଦଳ ଅଦ୍ଭୁତ ସଫଳତା ହାସଲ କରିଛନ୍ତି । ପାଖାପାଖି ୪ ଘଣ୍ଟାର ଅପରେସନ ପରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜାନକିପୁରମ ନିବାସୀ ବିରେନ୍ଦ୍ରଙ୍କ ମୁଣ୍ଡରେ ଲୁହାର ଏଙ୍ଗଲ୍ ବାହାର କରିଛନ୍ତି । ଡାକ୍ତରଙ୍କ ଅନୁସାରେ, ମସ୍ତିଷ୍କର ମୁଖ୍ୟ ଭେନ୍ କଟିଯାଇଥିବାରୁ ଯୁବକଙ୍କର ଅବସ୍ଥା ଏବେ ବି ଗମ୍ଭୀର ଅଛି । ଏହି କାରଣରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି ।

ନବଭାରତ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ, ଶହିଦ୍ ପଥରେ ଗୁରୁବାର ଦିନ ଏକ ସ୍ପିଡ୍ କାର୍ ଡିଭାଇଡରରେ ଜୋରରେ ଧକ୍କା ହୋଇଥିଲେ ଯୁବକ ଜଣକ । ଫଳରେ ଧକ୍କା ଖାଇ ଅନେକ ଥର ସେଠାରେ ଓଲଟି ପଡିଥିଲେ । ଏହି ଦୁର୍ଘଟଣାରେ ଡିଭାଇଡରରେ ଲାଗିଥିବା ରେଲିଂରେ ଲାଗିଥିବା ଏଙ୍ଗଲ୍ ବିରେନ୍ଦ୍ରଙ୍କୁ ଛାତିରେ ପଶିଯାଇ ଆରପଟକୁ ବାହାରି ପଡିଥିଲା । ବିରେନ୍ଦ୍ରଙ୍କର ଜଣେ ସାଥୀଙ୍କର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ବିରେନ୍ଦ୍ର ଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡା. ସମୀର ମିଶ୍ରା, ବୈଭବ ଜୟସୱାଲ୍, ଅନୁପ ସିଂହ , ବିକାସ , ଅନିରୁଦ୍ଧ , ବିଜୟ କୁମାର , ଅଭିଷେକ , ଶଶାଙ୍କ ଓ ଡା. ବର୍ଷା ଆଦି ସମେତ ଡାକ୍ତର ଦଳ ଶୁକ୍ରବାର ଦିନ ସର୍ଜରୀ କରି ତାଙ୍କର ଛାତିରୁ ଅଢେଇ ଫୁଟର ଲମ୍ବା ଓ ଚାରି ଇଂଚର ମୋଟା ଏଙ୍ଗଲକୁ ବାହାର କରିଥିଲେ ।

ଡାକ୍ତରମାନେ କହିଛନ୍ତି , ଏଙ୍ଗଲଟି ଏମିତି ଜାଗାରେ ପଶିଥିଲା , ଯେଉଁଥିରେ ମସ୍ତିଷ୍କର ମୁଖ୍ୟ ଭେନ୍ ବ୍ରେକିୟଲ ଆର୍ଟେରୀ କଟିଯାଇଥିଲା । ଅପରେସନ ସମୟରେ ଏହାକୁ ଯୋଡା ଯାଇଛି , କିନ୍ତୁ ରୋଗୀର ଅବସ୍ଥା ଏବେ ବି ଗମ୍ଭୀର ରହିଛି ।