ଚର୍ଚ୍ଚାରେ ୧୮ବର୍ଷର ଯୁବକ : ଶରୀରରେ ୧୮ ସେ.ମିର ଲାଂଜ

67

ccବେଳେବେଳେ ଲୋକମାନେ ଭୟ ଓ ଲୋକଲଜ୍ୟାରେ କିଛି ଜିନିଷକୁ ଅଣଦେଖା କରିନିଅନ୍ତି । ଯଦ୍ୱାରା ପରେ ସ୍ଥିତି ପୂରା ସଂଗୀନ ହୋଇଉଠେ । ଏମିତି ଏକ ଘଟଣା ଘଟିଛି ନାଗପୁରରେ । ଏକ ୧୮ ବର୍ଷର ଯୁବକ ଶରୀରରେ ୧୮ ସେ.ମି ଲମ୍ବର ଲାଂଜ ଥିବା ନେଇ ଚାରିଆଡେ ଚର୍ଚ୍ଚା ।

55ନାଗପୁରର ସରକାରୀ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନାର ଚିକିତ୍ସଙ୍କର ଏକ ଦଳ କରିଛନ୍ତି ଏକ ଚକିତ କଲାଭଳି କାମ । ୧୮ ବର୍ଷୀୟ ଏକ ଯୁବକର ଶରୀରରୁ ୧୮ ସେମି ଲମ୍ବର ଏକ ଲାଂଜକୁ ସଫଳତା ପୂର୍ବକ ଅଲଗା କରିଦେଇଛନ୍ତି । ଏହା ସବୁଠୁ ଲମ୍ବା ଲାଂଜ ବୋଲି କୁହାଯାଉଛି । ଏହି ଲାଂଜଟି ଧିରେ ଧିରେ ଶରୀରରେ ବଢୁଥିବାରୁ ଯୁବକଟିକୁ ଖୁବ୍ ଅସୁବିଧା ହେଉଥିଲା । ତାସହ ଲାଂଜଟି ଅସାମାନ୍ୟ ଭାବେ ବଢୁଥିବାରୁ ଯୁବକକୁ କଷ୍ଟ ମଧ୍ୟ ହେଉଥିଲା ।

ww୪ ଅକ୍ଟୋବରରେ ନ୍ୟୁରୋସର୍ଜନ ଡାକ୍ତରଙ୍କ ଏକ ଦଳ ପରିଶ୍ରମ କରି ଯୁବଟିର ଶରୀରରୁ ଏହି ୧୮ ସେମି ଲମ୍ବର ଲାଂଜକୁ ଅଲଗା କରିପାରିଛନ୍ତି । ସୂଚନାନୁସାରେ ସେହି ଯୁବକର ପିତା ମାତା ନିଜ ପୁଅର ଏଭଳି ସମସ୍ୟା ବିଷୟରେ ପ୍ରଥମରୁ ଅବଗତ ଥିଲେ । କିନ୍ତୁ ସାମାଜିକ ଡର, ଲଜ୍ୟା ଓ କିଛି ଅନ୍ଧବିଶ୍ୱାସକୁ ନେଇ କୈାଣସି ଡାକ୍ତର ସହ ସଂପର୍କ କରିନଥିଲେ ।

doctors_operation_surgeryଡାକ୍ତରଙ୍କ କହିବାନୁସାରେ , ପିଲାଟିର ଶରୀରରେ ବଢୁଥିବା ଏହି ଲାଂଜଟିକୁ ନେଇ କୈାଣସି ପ୍ରଭାବ ପଡୁନଥିଲା । ହେଲେ ପିଲାଟିର ପିତାମାତା ଚାହିଁଥିଲେ ଜନ୍ମ ସମୟରୁ ଏହା ପ୍ରତିକାର କରିପାରିଥାନ୍ତେ । କିନ୍ତୁ ଏହି ମାମଲାରେ ଯୁବକର ପିତାମାତା ଲୁଚାଇବା ସହ ଯୁବକଟି ବି ନିଜର ଏ ଅବସ୍ଥା ବିଷୟରେ ଏତେଦିନ ଯାଏ ଲୁଚାଇରଖିଥିଲେ । ଜନ୍ମର କିଛି ଦିନ ପରେ ସଠିକ ସର୍ଜରୀ ଦ୍ୱାରା ଏହାର ସମାଧାନ ହୋଇପାରିଥାନ୍ତା । ହେଲେ ଯେତେବେଳେ ଏହାକୁ ନେଇ ଯୁବକଟିର ସ୍ଥିତି ଗମ୍ଭୀର ହେଲା ସେତେବେଳେ ପରିବାର ଲୋକଙ୍କ ଚିନ୍ତା ବଢିଲା । ଗତ ସପ୍ତାହରେ ଡାକ୍ତରଖାନା ଯୁବଟିକୁ ଅଣାଯାଇଥିଲା । ଦୁଇ ଦିନ ପରେ ସଫଳ ଅପରେସନ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –