ଡାକ୍ତର ଖୋଜୁଛନ୍ତି ସୁରକ୍ଷା : ହେଲମେଟ୍ ପିନ୍ଧି କରୁଛନ୍ତି ରୋଗୀ ଚିକିତ୍ସା

15

କନକ ବ୍ୟୁରୋ : ହେଲମେଟ ପିନ୍ଧି ରୋଗୀ ଚିକିତ୍ସା । କଥାଟା ଅଜବ ଲାଗୁଥିଲେ ବି ଏକଥା ସତ । ଦେଶରେ ଦିନକୁ ଦିନ ଡାକ୍ତରମାନଙ୍କ ପ୍ରତି ଆକ୍ରମଣକୁ ନେଇ ଡାକ୍ତରୀ ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ ଅଣାଯାଇ ରୋଗୀଙ୍କ ସଂପର୍କୀୟମାନେ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ଏହି ଘଟଣାକୁ ଦେଖି ଡାକ୍ତରମାନେ ଏବେ ଅଭିନବ ଉଦ୍ୟମ କରିଛନ୍ତି । ରୋଗୀଙ୍କୁ ଚିକିତ୍ସା  କରିବା ସମୟରେ ଡାକ୍ତରମାନେ ହେଲମେଟ ପିନ୍ଧି ଚିକିତ୍ସା କରୁଚନ୍ତି । ଦିଲ୍ଲୀ ଏମସର ଡାକ୍ତରମାନେ ନିଜକୁ ବଂଚାଇବା ପାଇଁ ପ୍ରତିରକ୍ଷା ମୁଳକ ହେଲମେଟ ପିନ୍ଧି ରୋଗୀଙ୍କୁ ଚିକିତ୍ସା କରୁଚନ୍ତି । ସରକାରଙ୍କ ପକ୍ଷରୁ କୈାଣସି ନିର୍ଭରଯୋଗ୍ୟ ସୁରକ୍ଷା ନ ମିଳିବା ଯାଏଁ ଏଭଳି ହେଲମେଟ ପିନ୍ଧି ଚିକିତ୍ସା କରିବେ ବୋଲି ଡାକ୍ତରମାନେ କହିଛନ୍ତି ।