କ୍ୟାସଲେସ ଟ୍ରାଞ୍ଜାକସନ ଲାଗି କେନ୍ଦ୍ରର ଆଉ ଏକ ଧମାକା ଅଫର : ପ୍ରତି ସପ୍ତାହରେ ହେବ ଲକି ଡ୍ର

22

vlcsnap-2016-12-11-13h02m09s545କନକ ବ୍ୟୁରୋ : ବିମୁଦ୍ରାକରଣ ଘୋଷଣା ପରେ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଇଲୋକଟ୍ରୋନିକ ମାଧ୍ୟମରେ ଆର୍ଥିକ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ନୀତି ଆୟୋଗ, ଯୋଜନା ପ୍ରସ୍ତୁତ କରିବାକୁ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆକୁ କହିଛନ୍ତି ।

ନଭେମ୍ବର ୮ତାରିଖରେ ବିମୁଦ୍ରାକରଣ ଘୋଷଣା ପରେ ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଛି । ଇଲେକଟ୍ରୋନିକ ପେମେଂଟକୁ ଯେଭଳି ସବୁ ବର୍ଗର ଲୋକେ ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରସ୍ତାବିତ ଯୋଜନା ଅନୁସାରେ ଉଭୟ ଗ୍ରାହକ ଓ ଦୋକାନୀ ସାମିଲ ହୋଇପାରିବେ ।

vlcsnap-2016-12-11-13h12m35s590ଲକି ଡ୍ର ମଧ୍ୟରୁ ଗୋଟିଏ ପ୍ରତି ସପ୍ତାହରେ ଏବଂ ଅନ୍ୟଟି ତିନି ମାସରେ ଥରେ ହେବ । ୩ମାସରେ ଥରେ ଏକ ଗ୍ରାଣ୍ଡ ପ୍ରାଇଜ ଦେବାକୁ ଏନ୍ପିସିଆଇକୁ କହିଛି ନୀତି ଆୟୋଗ । ଗରିବ, ନିମ୍ନ ମଧ୍ୟବିତ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଧ୍ୟାନରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯିବ । ଏହି ଯୋଜନାରେ ୟୁଏସଏସଡି,ଏଇପିଏସ, ୟୁପିଆଇ ଓ ରୁପେ କାର୍ଡକୁ ସାମିଲ କରାଯିବ । ବ୍ୟବସାୟୀମାନେ ସେମାନଙ୍କ ପଏଂଟ ଅଫ୍ ସେଲ୍ସ ମେସିନରେ କରୁଥିବା କାରବାରକୁ ମଧ୍ୟ ଏଥିପାଇଁ ବିଚାରକୁ ନିଆଯିବ । ତେବେ ଏଥିପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଖୁବଶୀଘ୍ର ଜାରି କରାଯିବ ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଇଛି  ।

ନଭେମ୍ବର ୮ତାରିଖ ପରେ ଯେଉଁମାନେ ଡିଜିଟାଲ ପେମେଂଟ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି ସେମାନେ ଏହି ସ୍କିମରେ ସାମିଲ ହୋଇପାରିବେ । ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର,ରାଷ୍ଟ୍ରାୟତ ଉଦ୍ୟୋଗ,ଜିଲ୍ଲା ଏବଂ ସ୍ୱାୟତ ଶାସନ ସଂସ୍ଥା ଆଦିକୁ ମଧ୍ୟ ପୁରସ୍କୃତ କରାଯିବା ବ୍ୟବସ୍ଥା ହେବ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –