ଆନ୍ଧ୍ର ପ୍ରଦେଶରେ ନୂଆ ବ୍ୟବସ୍ଥା : ଫୋନ୍ କରନ୍ତୁ, ଲାଂଚ ଟଙ୍କା ଫେରସ୍ତ ପାଆନ୍ତୁ !

26

ଆନ୍ଧ୍ର ପ୍ରଦେଶ : ଦୁର୍ନୀତି ରୋକିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ନିକଟରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ, କୈାଣସି ବ୍ୟକ୍ତି ଯଦି କୈାଣସି ସେବା ପାଇବା ପାଇଁ କୈାଣସି ସରକାରୀ କର୍ମଚାରୀଙ୍କୁ ଲାଂଚ ଦେଇଥାନ୍ତି ,ଏବଂ ଏଥିନେଇ ଏକ ନିର୍ଦ୍ଦିଷ୍ଟ ନମ୍ବର ୧୧୦୦କୁ ଫୋନ୍ କରି ସେ ସଂପର୍କରେ ସମସ୍ତ ତଥ୍ୟ ଦେଲେ , ଆପଣ ଫେରିପାଇବେ ଦେଇଥିବା ଲାଂଚ ଟଙ୍କା ।

ଆନ୍ଧ୍ର ପ୍ରଦେଶ ସରକାର ଏହି ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବରର ବ୍ୟବସ୍ଥା କରିଛନ୍ତି । ଏହି ନମ୍ବରକୁ ଡାଏଲ୍ କରି ରାଜ୍ୟର ଯେକୈାଣସି ଲୋକ ଅଭିଯୋଗ କରିପାରିବେ ଏବଂ କେଉଁ ସରକାରୀ କର୍ମଚାରୀଙ୍କୁ ଲାଂଚ ଦେଇଛନ୍ତି ସେ ବିଷୟରେ ଜଣାଇପାରିବେ । ଏହାପରେ ସରକାର ଏହା ବିଷୟରେ ଯାଂଚ କରି ସଂପୃକ୍ତ କର୍ମଚାରୀଙ୍କୁ ଲାଂଚ ଟଙ୍କା ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଦେବେ ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଲାଂଚ ନେଇଥିବା ବ୍ୟକ୍ତି ହିଁ ଆପଣଙ୍କ ଘରକୁ ଆସି ଟଙ୍କା ଫେରସ୍ତ ଦେଇ ଯିବେ ।

ଏପର୍ଯ୍ୟନ୍ତ ଏହି ନମ୍ବରକୁ ଫୋନ୍ କରି ୧୨ ଜଣ ବ୍ୟକ୍ତି ଲାଂଚ ଟଙ୍କା ଫେରସ୍ତ ପାଇସାରିଲେଣି । ଏକ ସର୍ଭେରୁ ଜଣାପଡିଛି କର୍ଣ୍ଣାଟକ ପରେ ଆନ୍ଧ୍ର ପ୍ରଦେଶ ହେଉଛି ଦେଶର ଦ୍ୱିତୀୟ ଦୁର୍ନୀତିଗ୍ରସ୍ତ ରାଜ୍ୟ । ଏଣୁ ଏହାକୁ ରୋକିବା ପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

( ସୈାଜନ୍ୟ : ନ୍ୟୁଜ ୧୮ )