ଗରିବ ଘରର ସୁନାଝିଅ : ମାଟ୍ରିକ ପରୀକ୍ଷାରେ କମାଲ କଲେ ଲେମ୍ବୁ ବିକାଳୀଙ୍କ ଝିଅ

63

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କମାଲ କଲେ ଲେମ୍ବୁ ବିକାଳିଙ୍କ ଝିଅ । ଭଦ୍ରକ ଚାନ୍ଦବାଲିର ଅନସୂୟା ମାଟ୍ରିକରେ ୯୪ ପ୍ରତିଶତ ମାର୍କ ରଖି ପୁରା ଅଂଚଳରେ ସୃଷ୍ଟି କରିଛନ୍ତି ଉଦାହରଣ । ଗରିବି , ଅଭାବ ଓ ଅନଟନ ଭିତରେ ବି ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସେ ପାଇଛନ୍ତି ଏହି ସଫଳତା । ଆଉ ସ୍ୱପ୍ନ ଦେଖିଛନ୍ତି ଶିକ୍ଷକ ହେବାର ।

ମାଟି ଘର ଓ ମିଞ୍ଜି ମିଞ୍ଜି ଆଲୁଅ । ତା ଭିତରେ ପଢିବା ପାଇଁ ରିତିମତ ସଂଘର୍ଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଅନୁସୂୟା ରାଉତ । ବାପା ଲେମ୍ବୁ ବିକାଳି ଓ ମାଆ ପରିବାଚାଷୀ । ଅଭାବ ଓ ଅନଟନ ଭିତରେ କିନ୍ତୁ ମାଟ୍ରିକ ପରୀକ୍ଷାରେ ୯୪ ପ୍ରତିଶତ ନମ୍ବର ହାସଲ କରି ଅନୁସୂୟା ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଦଶମ ବୋର୍ଡ ପରୀକ୍ଷା ପାଇଁ ଦିନକୁ ୧୨ରୁ ୧୩ଘଂଟାର ପରିଶ୍ରମ କରୁଥିଲେ ଅନୁସୂୟା । କେତେବେଳେ ବହିର ଅଭାବ ତ ପୁଣି କେତେବେଳେ ଟ୍ୟୁସନ ପାଇଁ ଆର୍ଥିକ ସମସ୍ୟା । ଏ ସବୁ ଭିତରେ କିନ୍ତୁ ଥମି ନଥିଲା ଅଦମ୍ୟ ଇଚ୍ଛା । ବଡଭଉଣୀ ଟ୍ୟୁସନ କରି ବହି ଯୋଗାଡ କରୁଥିଲେ । ମାଆ ବାଡିରେ ଚାଷ କରି ସ୍କୁଲ ଖର୍ଚ୍ଚ ବୁଝୁଥିଲେ ।ଆଉ ବାପା ଲେମ୍ବୁ ବିକି ପରିବାର ପୋଷଣ କରନ୍ତି । ଏ ସବୁ ବାଧା ବିଘ୍ନକୁ ସତ୍ୱେ ପାଢ ପଢାରେ ନିଜକୁ ହଜେଇ ଦେଇଥିଲେ ଅନୁସୂୟା । ଆଉ ମାଟ୍ରିକ ପରୀକ୍ଷାରେ ହାସଲ କରିଥିଲେ ୫୬୧ ନମ୍ବର ।

ଅନୁସୂୟାଙ୍କ ଏ ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହା ସହ ଅଦମ୍ୟ ଇଚ୍ଛା ଅଗରେ ଯେ ଅଭାବ ଓ ଅନଟନ ଅସହାୟ ହୋଇପଡେ ତାହ ଜାହିର କରିଛି ଅନୁସୂୟାଙ୍କ ସଫଳତା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –