ଝିଅ ହେବତ ଏମିତି ! ନିଜ ଲିଭର ଦେଇ ବଂଚେଇଲେ ବାପାଙ୍କ ଜୀବନ ,ପ୍ରମାଣିତ କଲେ ଝିଅ ବି ପୁଅ ଠାରୁ କମ୍ ନୁହେଁ

49

ସମାଜ ଆଜି ଖୁବ୍ ଆଗେଇ ଯାଇଛି । ସବୁ କ୍ଷେତ୍ରରେ ଆଧୁନିକତାର ସ୍ପର୍ଶ । ଶିକ୍ଷା,ବିଜ୍ଞାନ , ବାଣିଜ୍ୟ ସବୁଥିରେ ରଚିଛି ସଫଳତାର ଫର୍ଦ୍ଦ । ହେଲେ ଏକ ହୀନ ମାନସିକତା ଲୋକଙ୍କ ମନରେ ବସା ବାନ୍ଧିଛି । ଝିଅଟିଏ ହେଲେ , ନାକ ଟେକନ୍ତି । ମା ଟିକୁ ନାନା ଯାତନା ଦିଅନ୍ତି । ଆଉ ଗର୍ଭପାତ ଓ କନ୍ୟାଭୃଣ ହତ୍ୟା କରିବାକୁ ବାଧ୍ୟ କରନ୍ତି । ଆଉ ଭାବନ୍ତି ଝିଅଟିଏ ଘର ପାଇଁ ଫାଇନାସିଆଲ ବର୍ଡନ ।

ସୂଚନା ଅନୁସାରେ , ଗତ ୨ ଦଶନ୍ଧିରେ ଆମ ଭାରତରେ ପାଖାପାଖି ୧୦ ମିଲିଅନ ମହିଳା କନ୍ୟାଭୃଣ ହତ୍ୟା କରିଛନ୍ତି । ଯେଉଁ ମହିଳା ଝିଅ ଜନ୍ମ କରୁଛନ୍ତି ସେ ସହୁଛନ୍ତି ନାନା ଯନ୍ତ୍ରଣା ଓ ହେଉଛନ୍ତି ଅତ୍ୟାଚାରିତ । ଗତ କିଛି ବର୍ଷ ହେଲା , ଏହି କନ୍ୟା ଭୃଣ ହତ୍ୟାକୁ ରୋକିବା ପାଇଁ ଆରମ୍ଭ ହୋଇଛି ‘ ସେଭ୍ ଦ ଗର୍ଲ ଚାଇଲ୍ଡ’ କ୍ୟାମ୍ପେନ । ଏହାରି ମାଧ୍ୟମରେ ପିତାମାତାଙ୍କୁ କୁହାଯାଇଛି ଏହି ହୀନ କାର୍ଯ୍ୟରୁ ନିବୃତ ରହି କନ୍ୟାକୁ ରତ୍ନ ଭାବି ସୁରକ୍ଷା ଦେବାକୁ । କନ୍ୟା ସନ୍ତାନକୁ ଜନ୍ମ ଦେବାକୁ କରାଯାଇଛି ଅନୁରୋଧ ।

ଏହା କଣ ପ୍ରକୃତରେ ସତ । ଝିଅଟିଏ କଣ ପୁଅ ଠାରୁ ନିମ୍ନରେ । ଯାହା ସମାଜରେ କିଛି ଲୋକଙ୍କ ମନରେ ରହିଛି । ଦ ବେଟର ଇଣ୍ଡିଆରେ ପ୍ରକାଶିତ ଏକ ଖବର , ଯାହା ସମସ୍ତଙ୍କର ଆଖି ଖୋଲିଦେବ , ଯେଉଁ ଲୋକ କନ୍ୟା ସନ୍ତାନ ପ୍ରତି ନାକ ଟେକନ୍ତି । ଜଣେ ଝିଅ ଯିଏ କରିଛନ୍ତି ଏକ ମହତ କାର୍ଯ୍ୟ । ନିଜର ପିତାଙ୍କୁ ବଂଚାଇଛନ୍ତି ମୃତ୍ୟୁ ମୁଖରୁ । ଆଉ ଦେଇଛନ୍ତି ନୂଆ ଜୀବନ । ଯେଉଁ ବାପା ଦିନ ଦିନ ଧରି ମୃତ୍ୟୁ ସହ କରୁଥିଲେ ଜୀବନ ମରଣର ସଂଗ୍ରାମ , ସେଥିରେ ଜିତାଇ ଦେଇଛନ୍ତି ଏହି ଝିଅ ।

ଏକ ଫେସବୁକ୍ ପୋଷ୍ଟ ଏପରି ଏକ ସାହସୀ ଝିଅକୁ ହିରୋ ବନେଇ ଦେଇଛି । ଯାହାକୁ ସାରା ଦୁନିଆ ପ୍ରଶଂସା କରୁଛି । ଡାକ୍ତର ରଚିତ ଭୂଷଣ ଫଟୋ ପୋଷ୍ଟ କରି ଲେଖିଛନ୍ତି ଏହି ସାହସୀ ଝିଅ ପୁଜା ବିଜର୍ଣ୍ଣିଆଙ୍କ ବିଷୟରେ ଲେଖିଛନ୍ତି । ଯିଏ ଲିଭର ଟ୍ରାନ୍ସପ୍ଲାଣ୍ଟ କରି ବଂଚାଇଛନ୍ତି ନିଜ ବାପାଙ୍କୁ । ସେ ବିଶ୍ୱାସ କରିଛନ୍ତି ଯେ ପୂଜା ବାସ୍ତବିକ ପ୍ରକୃତ ଜୀବନର ହିରୋ । ଆଉ ଏହି ଯୁବତୀଙ୍କର କାହାଣୀ ଏକ ଶକ୍ତ ଶିକ୍ଷା ସେହି ମାନଙ୍କୁ ଯେଉଁମାନେ ଝିଅମାନଙ୍କୁ ପୁଅମାନଙ୍କ ଠାରୁ ନ୍ୟୁନ ମନେକରନ୍ତି ।

ଡାକ୍ତର ରଚିତ ମଧ୍ୟ ସେହି ଯୁବତୀ ପୂଜା ଓ ତାଙ୍କ ବାପାଙ୍କ ସର୍ଜରୀ ଫଟୋ ପୋଷ୍ଟ କରିଛନ୍ତି । ଆଉ ଏହାକୁ ଇଣ୍ଟରନେଟରେ ବହୁତ ଲୋକ ଖୁବ୍ ମାତ୍ରାରେ ସେୟାର କରିଛନ୍ତି । ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି । ଡାକ୍ତର ରଚିତ ସେୟାର କରିଥିବା ସେହି ପୋଷ୍ଟରୁ ଘଟଣାର ସତ୍ୟାସତ୍ୟ ମଧ୍ୟ ଜାଣିପାରିବେ ।
ଏମିତି ଅନେକ ଘଟଣା ଘଟୁଛି ଆମ ଚାରିପାଖରେ , ଯେଉଁଥିରେ ଝିଅମାନେ ଯାହା କରିପାରୁଛନ୍ତି , ପୁଅମାନେ କରିପାରନ୍ତି ନାହିଁ । ତାହାର ଗୋଟିଏ ଉଦାହରଣ ମାତ୍ର ଏହି ପୂଜା । ଏମିତି ଅନେକ ପୂଜା ନିଜର ଘର ପରିବାର ପାଇଁ ନିଜକୁ ବଳି ପକାଇ ଦିଅନ୍ତି । ବାପା ମାଆଙ୍କର ସୁଖ ପାଇଁ ସବୁକିଛି କରିପାରନ୍ତି ।