ଡ଼ିଜେଲ ଓ ପେଟ୍ରୋଲ ଦାମରେ ନୂଆ ନିୟମ ! ଏଣିକି ଜୁନ୍ ୧୬ ତାରିଖ ଠାରୁ ପ୍ରତିଦିନ ବଦଳିବ ତେଲ ଦାମ୍

22

ପେଟ୍ରୋଲିୟମ କଂପାନୀମାନଙ୍କର ପ୍ରତିଦିନ ପେଟ୍ରୋଲ , ଡ଼ିଜେଲ ଦର ବଦଳିବାର ପ୍ରସ୍ତାବକୁ ତୀବ୍ର ବିରୋଧ କରିଥିଲେ ପେଟ୍ରୋଲ ପମ୍ପ ମାଲିକମାନେ । ଏବେ ଏହାର ସମାଧାନ ହୋଇଛି । ଏହା ସହ ଶୁକ୍ରବାର ଅର୍ଥାତ୍ ଜୁନ୍ ୧୬ ତାରିଖ ଠାରୁ ପେଟ୍ରୋଲ , ଡ଼ିଜେଲ୍ ଦାମ ପ୍ରତିଦିନ ବଦଳିବ ।

ସରକାର ଡ଼ିଲରଙ୍କ ଏହି କଥାକୁ ମାନିନେଇଛନ୍ତି । ତେଲର ଦାମ୍ ଘୋଷଣା ଅଧ ରାତିରେ ନକରି ପ୍ରତିଦିନ ସକାଳ ୬ଟାରେ କରାଯିବ । କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ସାମ୍ବାଦିକଙ୍କୁ ଏହି କଥା କହିଛନ୍ତି । ପାଇଲଟ ପ୍ରକ୍ରିୟାରେ ଏହା ଦେଶର ୫ଟି ସହରରେ ସଫଳତା ପୂର୍ବକ ଲାଗୁହେବା ପରେ , ଏବେ ଏହି ନିୟମ ସାରା ଦେଶରେ ୫୮ହଜାର ପେଟ୍ରୋଲ ପମ୍ପରେ ଲାଗୁହେବ । ଏଥିପାଇଁ ଜୁନ୍ ୧୬ଠାରୁ ପ୍ରତିଦିନ ବଦଳିବ ପେଟ୍ରୋଲ , ଡିଜେଲର ଦାମ୍ ।