ଇଚ୍ଛା ଥିଲେ ସବୁ ସମ୍ଭବ ! ଦୃଢ ଆତ୍ମବିଶ୍ୱାସରେ ସାଇକେଲ ଷ୍ଟଂଟ ଦେଖାଇଛନ୍ତି କିଛି ଯୁବକ

74

କନକ ବ୍ୟୁରୋ : ଇଚ୍ଛା ଥିଲେ ସବୁ ସମ୍ଭବ ହୋଇପାରିବ । ଦୁଃସାହସିକ କାମକୁ ବି ଅତି ସହଜରେ କରିହେବ । ଏମିତି କିଛି କାମ କରି ଦେଖାଇଛନ୍ତି ଭୁବନେଶ୍ୱରର କିଛି ଯୁବକ । ଦୃଢ ଅଧ୍ୟବସାୟ ପରେ ଆଜି ସେମାନେ ଦୁଃସାହସିକ ଷ୍ଟଂଟ ଦେଖାଇବାରେ ହୋଇପାରିଛନ୍ତି ସକ୍ଷମ ।

ସାଇକେଲଟି ଯେମିତି ସାଜିଛି ଖେଳନା । ଚମତ୍କାର ଷ୍ଟଂଟ ଦେଖାଉଥିବା ପିଲାଟି ହେଉଛି ଅଷ୍ଟମ ଶ୍ରେଣୀର ଛାତ୍ର । କେବଳ ସେତିକି ନୁହେଁ ସାଇକେଲ ଉପରେ ଛିଡା ହେବା ଦୃଶ୍ୟ ଆହୁରି ଅବିଶ୍ୱସନୀୟ । ଛୋଟ ଛୋଟ ପିଲା ଶୋଇଥିବା ବେଳେ ଦ୍ରୁତବେଗରେ ଆସି ସାଇକେଲ ଡିଆଁଇବା ଦୃଶ୍ୟ ଲୋକଙ୍କୁ ଅଭିଭୂତ କରିଦେଇଛି । ଏମିତି ଦୁଃସାହସିକ ଷ୍ଟଂଟ ମାରିବା ପାଇଁ ଏମାନଙ୍କୁ ବି କଠିନ ପରିଶ୍ରମ କରିବାକୁ ପଡିଛି । ଦୀର୍ଘ ଚାରି ବର୍ଷ ପରିଶ୍ରମ ପରେ ସେମାନେ ପାଇଛନ୍ତି ଏହି ସଫଳତା ।

ସେପଟେ ଭୁବନେଶ୍ୱର ପଥ ଉତ୍ସବରେ ବି ଏମାନଙ୍କର ଷ୍ଟଣ୍ଡ ଦେଖିବାକୁ ବି ଭିଡ ଜମିଛି । ଏହାକୁ ନେଇ କ୍ୟାରିଅର ଗଢିବାକୁ ସେମାନଙ୍କ ଇଚ୍ଛା । ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ନାହାନ୍ତି ଏମାନେ । କେବଳ ଟିଭି ଓ ୟୁଟ୍ୟୁବରୁ ଭିଡିଓ ଏହି ଷ୍ଟଂଟର କୌଶଳ ଶିଖିଛନ୍ତି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ସେମାନେ ରାଜ୍ୟ ପାଇଁ ସୁନାମ ଆଣିବେ ବୋଲି ଆଶା ରଖିଛନ୍ତି ।

ନିଷ୍ଠାପର ଉଦ୍ୟମ ଓ ଦୃଢ ଆତ୍ମବିଶ୍ୱାସ ଅସମ୍ଭବକୁ ବି ସମ୍ଭବ କରାଇଥାଏ, ତାହା ପ୍ରମାଣିତ କରିଛନ୍ତି ସାଇକେଲ ଷ୍ଟଂଟ ଦେଖାଉଥିବା ଏହି ପିଲାଏ ।