୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ଅଚଳ : ଏବେ ଆପଣ କ’ଣ କରିବେ ?

32

500 and 1000 notesକନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶରେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟ୍ ପ୍ରଚଳନକୁ ଗତ କାଲି ମଧ୍ୟ ରାତ୍ର ଠାରୁ ବନ୍ଦ କରିଦେବା ପରେ ଲୋକଙ୍କ ମଧ୍ୟରେ ଭାଳେନି ପଡି ଯାଇଛି । କିନ୍ତୁ ଏଭଳି ଅସୁବିଧା ହେବନି ବୋଲି କୁହାଯାଇଛି ।

୫ଶହ ଓ ୧ହଜାର ଟଙ୍କିଆ ନୋଟକୁ ନଭେମ୍ବର ୧୦ରୁ ଡିସେମ୍ବର ୩୦ ତାରିଖ ଯାଏ ବ୍ୟାଙ୍କ ଏବଂ ଡାକଘରେ ଜମା କରିବାକୁ ସମୟ ରଖାଯାଇଛି । ଯେତେ ଚାହିଁଲେ ସେତେ ଅର୍ଥ ଜମା କରି ହେବା କିନ୍ତୁ ଦିନକୁ ୧୦ ହଜାର ଟଙ୍କା ଏବଂ ସପ୍ତାହକୁ ୨୦ ହଜାର ଟଙ୍କା ଉଠାଯାଇ ପାରିବ । ଆଗାମୀ ଦିନରେ ଏହି ଟଙ୍କା ଉଠାଣ ସୀମାକୁ ବୃଦ୍ଧି କରାଯିବ ।

ପରିଚୟପତ୍ର ଦେଖାଇ ବ୍ୟାଙ୍କ , ମୁଖ୍ୟ ଡାକଘର ଏବଂ ଆବଶ୍ୟକସ୍ଥଳେ ଉପ ଡାକଘରେ ୫ଶହ ଓ ହଜାରେ ଟଙ୍କିଆ ନୋଟକୁକୁ ବଦଳାଇ ହେବା । ନଭେମ୍ବର ୨୪ ସୁଦ୍ଧା ୪ହଜାର ଟଙ୍କାଯାଏ ନୋଟ୍ ବଦଳାଇ ପାରିବ । ଚେକ୍ , ଡିମାଣ୍ଡ ଡ୍ରାଫ୍ଟ , କ୍ରେଡିଟ୍ କାର୍ଡ ଏବଂ ଇଲେକଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ମାଧ୍ୟମରେ କାରବାର କରିପାରିବେ ।