ମହିଳା ବାଥରୁମରେ ଯୁବକ ! ମୋବାଇଲରେ ଉଠାଇଥିଲେ ଆପତ୍ତିଜନକ ଫଟୋ

47

tradeବେଳେବେଳେ ଏମିତି ଖବର ପ୍ରକାଶିତ ହୁଏ । କୈାଣସି ହୋଟେଲ ବା ଆପାର୍ଟମେଂଟର ମହିଳା ବାର୍ଥରୁମରେ କ୍ୟାମେରା ଲାଗିଥିବାର । ଆଉ ଏହାକୁ ନେଇ ଚର୍ଚ୍ଚା ଜୋର ଧରେ । ମହିଳାଙ୍କର ସୁରକ୍ଷା ପାଇଁ ଚାଲେ ଅନେକ ଅଙ୍କକଷା । ଏବେ ପୁଣେର ୱର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଘଟିଛି ଏପରି ଏକ ଭିନ୍ନ ଘଟଣା । ସେହି ସେଂଟରରେ ଏକ ବେସରକାରୀ ସଂସ୍ଥାରେ କାମ କରୁଥିବା ୨୬ ବର୍ଷୀୟା ଜଣେ ଯୁବତୀ , ବାଥରୁମକୁ ଗଲାବେଳେ ଜଣେ ଯୁବକକୁ ଦେଖି ଚକିତ ହୋଇଯାଇଥିଲେ । ନବଭାରତ ଟାଇମ୍ସରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ , ୱର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଏହି ମହିଳା ଜଣକ କମର୍ସ ସର୍ଭିସ ପ୍ରୋଭାଇଡର କଂପାନୀର ଏଚଆର୍ ଡିପାର୍ଟମେଂଟରେ କାମ କରନ୍ତି । ସମୟ ଥିଲା ସକାଳ ୯ଟା୪୫ । ମହିଳା ଜଣକ ବାଥରୁମରେ ଯୁବକ ଜଣକ ମୋବାଇଲରେ ଆପତ୍ତିଜନକ ଫଟୋ ଉଠାଉଥିବାର ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ବଡି କପ ସିଷ୍ଟମ ଜରିଆରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଗିରଫ କରିଥିଲେ ଏହି ଯୁବକକୁ ବିହାରର ମୂଳ ବାସିନ୍ଦା । ଏବେ ଏହି ଯୁବକ ପୁଣେରେ ରହୁଛନ୍ତି ।