ଅଜବ ଟିଭି ସୋ : ଏଥିରେ ସାମିଲ୍ ହେଲେ ସଂପୂର୍ଣ୍ଣ ନିବସ୍ତ୍ର ହେବାକୁ ପଡେ !

31

tv show in austreliaଆଜିକାଲି ଟିଭି ପରଦାରେ ଆପଣ ଅନେକ ରିୟଲିଟି ସୋ । ଅଳ୍ପ ସମୟରେ ଲୋକପ୍ରିୟତା ପାଇଁ ଅନେକ କିଛି ଉପାୟ ଆପଣାଉଛନ୍ତି ଏହି କାର୍ଯ୍ୟକର୍ତ୍ତାମାନେ ।  ନାଚିବା ,ଗାଇବା ,ଖାଦ୍ୟ ତିଆରି କରିବା ଆଦି ଅନେକ ଦୃଶ୍ୟ ଏହି ସୋ ମାନଙ୍କରେ ଦେଖିଥିବେ । କିନ୍ତୁ ଏବେ ଏମିତି ଏକ ଖବର ଡେଲିମେଲରେ ପ୍ରକାଶିତ ହୋଇଛି । ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଅଷ୍ଟ୍ରେଲିଆରେ ‘ ଅନଡ୍ରେସଡ’ ନାମରେ ଏକ ଭିନ୍ନ ଧରଣର ରିୟଲିଟି ସୋ ଆରମ୍ଭ ହୋଇଛି । ଏସବିଏସ୍ ଚ୍ୟାନେଲରେ ଆରମ୍ଭ ହୋଇଥିବା ଏହି ସୋ’ରେ ରହିଛି ଏକ ଅଦ୍ଭୁତ ସର୍ତ୍ତ । ଏଥିରେ ଅଂଶ ଗ୍ରହଣ କରୁବାକୁ ଯୁବକ-ଯୁବତୀ ଅନ୍ତବସ୍ତ୍ରକୁ ଛାଡି ପରସ୍ପରର ପୋଷାକ ଖୋଲିବାକୁ ହୁଏ । ଏହା ଏକ ଡେଟିଂ ସୋ । ଏଥିରେ ଅଜଣା ଲୋକ ପରସ୍ପରକୁ ଜାଣିବା ଓ ବୁଝିବା ପାଇଁ ଏହି ସୋ’ରେ ସାମିଲ ହୋଇଥା’ନ୍ତି । ଜଣେ ଜଣକ ସହ କଥାବାର୍ତ୍ତା କରିବା ଠାରୁ ନେଇ ଥଟ୍ଟାମଜା ଯାଏ ,ସବୁ ପ୍ରକାର ଖେଳ ଏହି ସୋ’ରେ ସାମିଲ ହୋଇଥାଏ । ଏହି ସୋ’ରେ ସାମିଲ ଯୁବକ-ଯୁବତୀ ପରସ୍ପରକୁ ଅନ୍ତରଙ୍ଗ କଥା ମଧ୍ୟ ପଚାରିପାରିବେ । ଏହାକୁ ଏବେ ଅଷ୍ଟ୍ରେଲିଆର ସବୁଠୁ ବୋଲ୍ଡ ଡେଟିଂ ସୋ ବୋଲି କୁହାଯାଉଛି । ସୋ ପରେ ଦୁହେଁ ଦୁହିଁଙ୍କ ପାଖେ ରହିବେ ନା ଦୂରେଇ ଯିବେ ଏହି ବିକଳ୍ପ ଦିଆଯାଇଥାଏ ।

ଏବେ ଏହି ସୋ’କୁ ନେଇ ଆରମ୍ଭରୁ ବିରୋଧାଭାସ ଦେଖାଦେଇଛି । ତଥାପି ଏହି ସୋ’ର ଆୟୋଜକ ଏହାକୁ ଜାରି ରଖିବାକୁ ନିଷ୍ପତ୍ତି ନେଉଛନ୍ତି । ଏହା ପୂର୍ବରୁ ଏହି ସୋ ଇଟାଲୀରେ ଆରମ୍ଭ ହୋଇ ଖୁବ୍ ବିବାଦର ଶିକାର ହୋଇଥିଲା ।

ଏହାସହ ମଧ୍ୟ ପଢନ୍ତୁ –ମହିଳାଙ୍କ ସଉକ ଥିଲା ପୋଷା ଅଜଗର ସହ ଶୋଇବା : ହେଲେ ସାପର ଇଚ୍ଛା ଥିଲା ଆଉ କିଛି !