ଚିତା ଭସ୍ମରେ ତିଆରି ହେଉଛି ହୀରା ! ଏମିତି ଏକ କାର୍ଯ୍ୟ କରୁଛି ଏକ କଂପାନୀ

49

memorial-diamond-cremation-ashes-algordanza-7ନିଜର କିଏ ପ୍ରିୟଜନଙ୍କ ମୃତ୍ୟୁ ହୋଇଗଲେ,ତାଙ୍କର ବିଚ୍ଛେଦରେ ମନ ଦୁଃଖରେ ଭାଂଗିପଡେ । ତାଙ୍କର ସ୍ମୃତି ଖୁବ୍ ମନେପଡେ । ହେଲେ ଏବେ ସେହି ସ୍ମୃତିକୁ ଆହୁରି ଉଦଜୀବିତ କରିପାରିବେ । ମରିଯାଇଥିବା ପ୍ରିୟଜନଙ୍କ ଚିତା ଭସ୍ମରେ ହୀରା ତିଆରି କରି ସବୁଦିନ ନିଜ ପାଖରେ ରଖିପାରିବେ । ନିକଟରେ ଏହି ଖବର ପ୍ରକାଶିତ ହୋଇଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ କଂପାନୀ ମୃତ ଶରୀରର ପାଉଁଶରୁ ହୀରା ତିଆରି କରିପାରୁଛି ।

ଅଲଗୋରନ୍ଦାଜ ନାମକ ଏକ କଂପାନୀ ଯାହା ଏଭଳି ଏକ ଆଶ୍ଚର୍ଯ୍ୟକର କାର୍ଯ୍ୟ କରିଛି । ଏମିତି ଏକ ଟେକନିକ୍ ପ୍ରୟୋଗ କରି ମୃତ ଶରୀରକୁ ହୀରାରେ ବଦଳେଇ ପାରୁଛି । ଏହି କଂପାନୀର ଏହି ବ୍ୟବସାୟ ସ୍ୱିଜରଲ୍ୟାଣ୍ଡ, ଜର୍ମନୀ ଓ ଅଷ୍ଟ୍ରିୟା ଯାଏ ପ୍ରସାରିତ । ଏହି କଂପାନୀ ଜରିଆରେ ଯେ କେହି ନିଜର ମୃତ ପ୍ରିୟ ଜନଙ୍କ ସ୍ମୃତିକୁ ସବୁଦିନ ପାଇଁ ସାଥିରେ ରଖିପାରିବ ।

ମୃତ ଶରୀରର ଭସ୍ମରୁ ହୀରା ତିଆରି କରୁଥବା ଏହି କଂପାନୀ ଅଲଗୋରନ୍ଦାଜକୁ ରିନାଲଡୋ ବିଲ୍ଲୋ ନାମକ ଜଣେ ବ୍ୟକ୍ତି ତିଆରି କରିଛନ୍ତି । ସ୍କୁଲରୁ ପଢବା ବେଳେ ସେ ନିଜର ସ୍କୁଲ ଶିକ୍ଷକଙ୍କ ଠାରୁ ଏହି ପ୍ରେରଣା ପାଇଥିଲେ ବୋଲି କୁହନ୍ତି । ପନିପରିବାର ଭସ୍ମରୁ ହୀରା ତିଆରି କରିହେବ ଶିକ୍ଷକ କହିଥିଲେ । ଆଉ ସେହି ଶିକ୍ଷକଙ୍କ ଏହି କଥା ତାଙ୍କୁ ଗବେଷଣା ମନସ୍କ କରିଥିଲା । ଶେଷରେ ସେୟା ହିଁ କରିଥିଲେ ରିନାଲଡୋ ବିଲେ । ଗଢିଥିଲେ ଭସ୍ମରୁ ହୀରା ତିଆରି କରୁଥିବା କଂପାନୀ ।