୨ଲକ୍ଷ ପେପର କପରେ ଅବଦୁଲ କାଲାମଙ୍କ ଚିତ୍ର ! ଗିନିଜ୍ ବୁକ ଅଫ ରେକର୍ଡସରେ ଛାତ୍ରଛାତ୍ରୀଙ୍କ ଉଦ୍ୟମ

21

କୋଏମ୍ବାଟୁର : କୋଏମ୍ବାଟୁରର କିଛି ଛାତ୍ରଛାତ୍ରୀ ଗିନିଜ ବୁକ ଅଫ ରେକର୍ଡସରେ ନିଜ ନାମକୁ ସାମିଲ କରିଛନ୍ତି । ପେପର କପରେ ଏପିଜେ ଅବଦୁଲ କାଲାମଙ୍କ ଚିତ୍ର କରି ଏହି ସଫଳତା ହାସଲ କରିଛନ୍ତି । ୧୬୭ ଜଣ ଛାତ୍ରଛାତ୍ରୀ ପ୍ରଦୁଷଣମୁକ୍ତ ଭାରତ କରିବା ଲକ୍ଷ୍ୟରେ ଏଭଳି ଅଭିନବ ଉଦ୍ୟମ କରିଥିଲେ ।

ବିଭିନ୍ନ ରଂଗର ପେପର କପ ବ୍ୟବହାର କରି ପୁର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ମୋଜାଇକ ପ୍ରସ୍ତୁତ କରିଥିଲେ । ଏଥିପାଇଁ ପାଖାପାଖି ୨ ଲକ୍ଷ ୩୫ ହଜାର କପ ଛାତ୍ରଛାତ୍ରୀମାନେ ବ୍ୟବହାର କରିଥିଲେ । ୧୦ ହଜାର ୫୬୦ ବର୍ଗ ଫୁଟ ପରିମିତ ଅଂଚଳରେ ଏହି ଚିତ୍ର କରାଯାଇଥିଲା ।