ଅପୂର୍ବ କଳା ନିପୁଣତା ! ଜିଭରେ ଚିତ୍ର ଆଙ୍କି ଚର୍ଚ୍ଚାରେ ଏ ଯୁବକ

41

ଚୀନର ଜଣେ ୨୭ ବର୍ଷୀୟ ଯୁବକକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜିଭରେ ଚିତ୍ର ଆଙ୍କିବା କଳା ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଯୁବକ । ଏହି କଳା ସେ ନିଜ ପରିବାର ଠାରୁ ପାଇଛନ୍ତି । ତାଙ୍କର ଜେଜେବାପା ମଧ୍ୟ ଜିଭରେ ଚିତ୍ର ଆଙ୍କି ପାରୁଥିଲେ ।

ସବୁଠୁ ବଡ କଥା ହେଲା ସେ ପ୍ରଥମେ ନିଜ ଜିଭକୁ କାଳିରେ ବୁଡାଇ ,ପେଟିଂ କରିଥାନ୍ତି । ତୂଳୀର ଦରକାର ପଡେନି । ଏକ ସାକ୍ଷାତକାରରେ ଏହି ଯୁବକ ଜଣକ କହିଛନ୍ତି , ଜିଭରେ ଚିତ୍ର ଆଙ୍କିବା କଳା ଚୀନରୁ ସରିଯାଇଛି । ହେଲେ ସେ ଏବେ ବି ଜାରି ରଖିଛନ୍ତି ।

କିଛି ଲୋକ ଏହି ଯୁବକଙ୍କୁ ଜିଭକୁ କାଳିରେ ବୁଡାଇ ଚିତ୍ର ଆଙ୍କିବାରେ ବାରଣ କରିଛନ୍ତି । ଏହା ଶରୀରକୁ ହାନିକାରକ ହେବ । କିନ୍ତୁ ସେ ନିଜର ଏ କଳାକୁ ଛାଡିବାକୁ ନାରାଜ । ଆଉ ସେମିତି ଜାରି ରଖିଛନ୍ତି ଏହି କଳା । ସମସ୍ତଙ୍କ ଠାରୁ ସାଉଁଟୁଛନ୍ତି ଅନେକ ପ୍ରଶଂସା ।