ନାଗସାପ ଗାତରେ ହାତ : ଟଙ୍କା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଛୋଟ ଛୋଟ ପିଲା

34

vlcsnap-2016-11-04-09h40m04s467ନାଗସାପ ଗାତରେ ହାତ । ଜୀବନକୁ ବାଜି ଲଗାଉଛନ୍ତି ଛୋଟ ଛୋଟ ପିଲା । ଏକଥା ଶୁଣିଲେ ବିଶ୍ୱାସ ହେଉନାହିଁ । କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ସହରରେ । ନାଗ ଚତୁର୍ଥୀ ପୂଜା ପରେ ଅଣ୍ଡା ସଂଗ୍ରହ କରିବା ପାଇଁ ଏଭଲି କାମ କରୁଛନ୍ତି କିଛି ସ୍ଥାନୀୟ ପିଲା । ଟଙ୍କା କେଇଟା ପାଇଁ ଜୀବନକୁ ଲଗାଉଛନ୍ତି ବାଜି ।

vlcsnap-2016-11-04-09h41m43s113ସାପ ଗାତରୁ ଅଣାହେବ ଅଣ୍ଡା ଓ ବଜାରରେ ହେବ ବିକ୍ରି । ଏଥିପାଇଁ ସାପ ଗାତ ଭିତରେ ହାତ ପୁରାଇ ଅଣ୍ଡା ସଂଗ୍ରହ କରୁଛନ୍ତି ଛୋଟ ଛୋଟ ପିଲା । ଏହି ଅଣ୍ଡା ସଂଗ୍ରହ କରି ବାଜରରେ ବିକ୍ରି କରିବା ତାଙ୍କର ଉଦ୍ଦେଶ୍ୟ । ଅଣ୍ଡା ସଂଗ୍ରହ କରି ନିଜ ନିଜ ଭିତରେ କରୁଛନ୍ତି ଭାଗବଂଟା । ଦକ୍ଷିଣ ଓଡିଶାର ଏକ ପ୍ରମୁଖ ପର୍ବ ନାଗ ଚତୁର୍ଥୀ । ଏଥିପାଇଁ ମହିଳାମାନେ ବିଭିନ୍ନ ସାପ ଗାତ ନିକଟରେ ପୂଜା କରିଛନ୍ତି । ଏଥିପାଇଁ ସେମାନେ ଅଣ୍ଡା ମଧ୍ୟ ପୂଜା କରିଛନ୍ତି ।

ଟଙ୍କା କେଇଟା ପାଇବା ଆଶାରେ ସାପଗାତରୁ ଅଣ୍ଡା ସଂଗ୍ରହ କରୁଛନ୍ତି ପିଲାଏ । ଏପରି କାମଯେ ଦୁର୍ଘଟଣା ନଘଟାଇବ ତାହା କହିହେବ ନାହିଁ ।

ଦେଖନ୍ତୁ ଏହି ଭିଡିଓ –