ଏମିତି ବି ଅଛି ଅଜବ ନିୟମ : ଛୋଟବେଳୁ ପିଲାଙ୍କୁ ଦିଆଯାଏ ଯୌନଶିକ୍ଷା

321

young-girlଆମ ସମାଜରେ ଅଛି ଏକ ନିର୍ଦ୍ଦିଷ୍ଟ ବିବାହଯୋଗ୍ୟ ବୟସରେ ପୁଅ ଓ ଝିଅଙ୍କୁ ବିବାହ କରାଯାଏ । ଏହା ପୂର୍ବରୁ ଶାରୀରିକ ସଂପର୍କକୁ ମଧ୍ୟ ବାରଣ କରିଛି ସମାଜ । ଏହା ବ୍ୟତିରେକ ସଂପର୍କରେ ସମାଜ ନାଲି ଆଖି ଦେଖାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଜନଜାତିର ଲୋକ ଅଛନ୍ତି ଯେଉଁଠି ପିଲାବେଳୁ ପିଲାଙ୍କୁ ଶାରୀରିକ ସମ୍ବନ୍ଧର ଶିକ୍ଷା ଦିଆଯାଏ ଏବଂ ଅତି କମ୍ ବୟସରେ ସେମାନଙ୍କ ପିଲାକୁ ବାହା କରାଇଦିଅନ୍ତି । ଏଭଳି ଏକ ଚକିତ ହେଲା ଭଳି ଖବର ହଟୁଡେ ନ୍ୟୁଜରେ ପ୍ରକାଶିତ ହୋଇଛି ।

ଯେଉଁ ବୟସରେ ପିଲାଟିଏ ଖେଳକୁଦରେ ମାତିଥାଏ । ସେ ବୟସରେ ଏଠି ପିଲା ଶିଖେ ଶାରୀରିକ ସମ୍ବନ୍ଧର କଳା । କେମିତି ବିବାହ କରି ଘର ସଂସାର କରିବ ଏହା ଶିକ୍ଷା ଦିଆଯାଏ ଏହି ଜନଜାତିରେ । ଏମିତି ଏକ ପାପୁଆ ନାମରେ ଜନଜାତି ରୁହନ୍ତୁ ନିଓ ଗିନିରେ । ୬-୭ ବର୍ଷ ବୟସରେ ଏମାନେ ନିଜ ପିଲାଙ୍କୁ ପଢାନ୍ତି କାମକଳାର ପାଠ । ୧୧-୧୨ ବର୍ଷ ବୟସରେ ଏହି ଜନଜାତିର ପିଲା ବିବାହ କରନ୍ତି । ଶିଶୁ ବିବାହ ଏହି ଜାତିର ପରମ୍ପରା ପାଲଟି ଯାଇଛି ।

କେମିତି ଦିଆଯାଏ ଶିକ୍ଷା-

1ଏହି ଜନଜାତିରେ ପିଲାର ପରିବାର ଲୋକେ ନିଜ ସହମତିରେ ପୁଅ ଓ ଝିଅକୁ ବାଛିଥାନ୍ତି । ଯେଉଁ ପୁଅ-ଝିଅ ମଧ୍ୟରେ ଶାରୀରିକ ସମ୍ବନ୍ଧ ହୁଏ । ସେମାନେ ୧୧-୧୨ ବର୍ଷ ବୟସର ହୋଇଗଲେ ପରସ୍ପରକୁ ବିବାହ କରନ୍ତି । କିନ୍ତୁ ପୁଅ ଝିଅ ଚାହିଁଲେ ନିଜ ସହମତିରେ ପାର୍ଟନର ବଦଳେଇ ପାରିବେ । ୨୦ ବର୍ଷ ବୟସର ହେଲା ବେଳକୁ ୪-୫ ପିଲାର ବାପା ମା’ ହୋଇଯାଇଥାନ୍ତି । ଏହାସହ ଏହି କଅଁଳ ବୟସରେ ଏହି ପିଲାମାନେ ଅଧିକ କଠିନ କାମ ମଧ୍ୟ କରିଥାନ୍ତି ।

4କେମିତି ହୁଏ ସମ୍ବନ୍ଧ-
ବିବାହ ପୂର୍ବରୁ ଝିଅ ନିଜ ପସନ୍ଦର ପୁଅ ଘରକୁ ଯାଇ ରାତି ବିତାଏ । ସକାଳୁ ଝିଅର ମା’ ନିଜେ ହାତ ତିଆରି ଖାଦ୍ୟ ଧରି ପୁଅ-ଝିଅ ପାଇଁ ପୁଅର ଘରକୁ ଆସିଥାଏ । ତାପରେ ନିଜ ଝିଅକୁ ନେଇଯାଏ । ବିବାହ ପରେ ଏକ ବର୍ଷ ଏକାଠି ରୁହନ୍ତି ପୁଅ-ଝିଅ ।ଏହାପରେ ଚାହିଁଲେ ଅଲଗା ହୋଇପାରିବେ ।

ନିଓ ଗିନିରେ ରହୁଥିବା ଏହି ଅଜବ ଜନଜାତିରେ ଲୋକସଂଖ୍ୟା ପାଖାପାଖି ୧୨ହଜାର । ଏମାନେ ଚାଷକାର୍ଯ୍ୟ,ପଶୁପାଳନ ଓ ପଶୁ ଶିକାର କରି ଜୀବନ ନିର୍ବାହ କରିଥାନ୍ତି । ଏମାନଙ୍କର ଭାଷା ବାହାର ଦୁନିଆ ଠାରୁ ପୂରା ଅଲଗା ।