ବୋଧହୁଏ, ଆଜିଯାଏଁ ଆପଣ ଦେଖିଥିବା ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ! ନିୟତିର ନିଷ୍ଠୁରତା

49

ମଧ୍ୟପ୍ରଦେଶ : ନିୟତି ବି ହୋଇପାରେ ଏତେ ନିଷ୍ଠୁର । ମଧ୍ୟପ୍ରଦେଶ ଦାମୋହ ନିକଟରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ ଯାହା ଦେଖିଲେ ଆଖିରୁ ଲୁହ ଜକେଇଯିବ । ମରି ପଡିଛି ମାଆ । ଆଉ ତା’ଠୁ କ୍ଷୀର ପିଉଛି ଜନ୍ମ ମୃତ୍ୟୁର ରହସ୍ୟ ବୁଝି ନଥିବା ନୀରିହ ନିଷ୍ପାପ ଶିଶୁ । ଭୋପାଳ ଠାରୁ ୨୫୦କିଲୋମିଟର ଦୂର ଦାମୋହ ରେଳଲାଇନ୍ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମହିଳା ଜଣକ ତଳେ ପଡି ରହିଥିଲେ । ଆଉ ମାଆ ଶୋଇଥିବା ଭାବି କ୍ଷୀର ପିଉଥିଲା ଅବୁଝା ଶିଶୁଟି ।

କିଛି ଲୋକ ପାଖକୁ ଯାଇ ଦେଖିବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିଲା । ମୁଣ୍ଡରେ ରହିଥିଲା ଆଘାତରେ ଚିହ୍ନ । ତେବେ ମହିଳାଙ୍କ ମୃତ୍ୟୁ ଟ୍ରେନରୁ ଖସି କିମ୍ବା କାହାର ଆକ୍ରମଣରେ ହୋଇଛି ତାହା ସ୍ପଷ୍ଟ ହୋଇନି । ଆରପିଏଫକୁ ଖବର ଦେବା ପରେ ଶିଶୁଟିକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲର ଆଡମିଶନ୍ ଫି ନଦେବାରୁ ଡାକ୍ତର ବି ଶିଶୁକୁ ଦେଖି ନଥିଲେ । ତେବେ ଶିଶୁ ସୁରକ୍ଷା ବିଭାଗ ପହଂଚି ଶିଶୁଟିକୁ ହେପାଜତକୁ ନେଇଥିବା ଜଣାପଡିଛି । ଆଉ ମୃତ ମା’ ଠାରୁ ଶିଶୁଟି କ୍ଷୀର ପିଉଥିବା ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।