ଚର୍ଚ୍ଚାରେ ଭିଆଇପି ନମ୍ବର : ୧୬ ଲକ୍ଷରେ ନିଲାମ ହେଲା ‘୦୦୦୧’ ନମ୍ବର ପ୍ଲେଟ୍ !

28

ଷ୍ଟାଟସ୍ ସିମ୍ବଲ ପାଇଁ ଏବେ ଗାଡ଼ିରେ ଭିଆଇପି ନମ୍ବର ଲଗାଇବା ନେଇ ଲୋକଙ୍କ ଭିତରେ ବଢ଼ିବାରେ ଲାଗିଛି ଜବରଦସ୍ତ କ୍ରେଜ୍ । ଏଥିପାଇଁ ଯେକୈାଣସି ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପଛାଉ ନାହାଁନ୍ତି ସେମାନେ । ଭିଆଇପି ନମ୍ବର ‘୦୦୦୧ ’ ପାଇବା ପାଇଁ ଦିଲ୍ଲୀର ଏକ ଘରୋଇ କଂପାନୀ ନିକଟରେ ୧୬ଲକ୍ଷ ଟଙ୍କା ଜମା କରିଛି । ଯାହା ଏକ ପ୍ରକାର ଏକ ରେକର୍ଡ ଅଟେ । ଆତିଥେୟତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି କଂପାନୀ ଦିଲ୍ଲୀ ସରକାରଙ୍କ ଇ-ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ଏହି ନମ୍ବର ହାସଲ କରିଛି । ପରିବହନ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଏତେ ଟଙ୍କା ଦେଇ କେହି ଏଭଳି ଭିଆଇପି ନମ୍ବର ପାଇନଥିଲେ । ତେଣୁ ଏହା ଏକ ରେକର୍ଡ ଅଟେ ।

ସୂଚନା ଅନୁସାରେ ୨୦୧୪ମସିହାରେ ‘୦୦୦୧’ ସିରିଜର ନମ୍ବର ୧୨,୫୦ ଲକ୍ଷ ଓ ୨୦୧୫ରେ ୧୨.୧୦ ଲକ୍ଷରେ ନିଲାମ ହୋଇଥିଲା । ଅଧିକାରୀଙ୍କ କହିବାନୁସାରେ ଲୋକେ ଏହି ନମ୍ବର ପାଇବା ପାଇଁ ଅଜବ ଯୁକ୍ତି ରଖୁଛନ୍ତି । ଜନ୍ମତିଥି ଠାରୁ ଆରମ୍ଭ କରି ଜ୍ୟୋତିଷ୍କ ଶାସ୍ତ୍ର ଓ ରାଶି ପାଇଁ ଏହି ନମ୍ବର ପାଇବାର ସେମାନେ ଇଚ୍ଛା ପୋଷଣ କରୁଛନ୍ତି । ପରିବହନ ବିଭାଗର ସୂଚନାନୁସାରେ ଭିଆଇପି ନମ୍ବର ନିଲାମୀ ନେଇ ସରକାରୀ ରାଜକୋଷକୁ ମଧ୍ୟ ବଡ଼ ପରିମାଣର ଅର୍ଥ ଆସୁଛି । ଗତ ୬ମାସ ମଧ୍ୟରେ ଭିଆଇପି ଓ ଫ୍ୟାନ୍ସି ନମ୍ବର ମାଧ୍ୟମରେ ରାଜକୋଷକୁ ଆସିଛି ୫୪.୭୪ ଲକ୍ଷ ଟଙ୍କା । ଗତ ବର୍ଷ ୧୫୧ଟି ଭିଆଇପି ଓ ଫ୍ୟାନ୍ସି ନମ୍ବର ବିକି ପରିବହନ ବିଭାଗ ୨.୨୯ କୋଟି ଟଙ୍କା ଆତ କରିଥିଲା ।
(ସୈାଜନ୍ୟ – ଟାଇମ୍ସ ନାଓ)