ଭଙ୍ଗା କାର ଓ ସାଇକେଲକୁ ମିଶାଇ ତିଆରି କରାଯିବ ଘର ! ଏମିତି ଏକ ପ୍ରୟାସ ଆରମ୍ଭ କରୁଛି ଏକ କଂପାନୀ

58

ଇଟା ଓ ପଥରରେ ଘର ତିଆରି ହେବର ଆମେ ଜନ୍ମ ହେଲା ଦିନୁ ଶୁଣି ଆସିଛେ ଆଉ ଦେଖି ଆସିଛେ । ହେଲେ ଏମିତି ଏକ ଖବର ଏବେ ପ୍ରକାଶିତ ହୋଇଛି , ଯାହା ଆପଣକୁ ଚକିତ କରିବ । କାର ଓ ସାଇକେଲକୁ କଂଚା ମାଲ୍ କରି ଘର ତିଆରି କରାଯାଇପାରିବ ।

ଷ୍ଟିଲ୍ କଂପାନୀ ବେଜୁଏଲା ଏକଥା ସ୍ପଷ୍ଟ କରିଛି ଯେ ସେ କାର ଓ ସାଇକେଲକୁ ମିଶାଇ ପ୍ରସ୍ତୁତ କରିବ ର’ ମ୍ୟାଟେରିଆଲ୍ । ଆଉ ଏଥିରେ ତିଆରି କରିବ ଘର । ବେଜୁଏଲା କଂପାନୀ କମ୍ ଇନକମ୍ କରୁଥିବା ପରିବାର ପାଇଁ ୨୦୧୨ମସିହାରୁ ୨୫ହଜାର ଘର ବନାଇ ସାରିଲାଣି । ଏହି ଷ୍ଟିଲ୍ କଂପାନୀ କହିଛି ଏବେ ଏ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିବ । ସାଇକେଲ ଓ କାରରୁ ଲୋକଙ୍କ ପାଇଁ ଘର ବନେଇବ । ଯାହା ଲୋକଙ୍କର ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି ଏହି କଂପାନୀ । ( ସୈାଜନ୍ୟ : ସଂଜୀବନି ଟୁଡେ )