ଶହ ଶହ ବର୍ଷର ନଦୀ ୪ ଦିନରେ ନିଖୋଜ !

17

କାନାଡାରେ ବହୁଥିବା ୧୫୦ ମିଟର ଓସାରର ସ୍ଲିମ୍ସ ନଦୀ ମାତ୍ର ୪ ଦିନରେ ଶୁଖି ଯାଇଛି । ୧ଶହ ବର୍ଷର ଏ ନଦୀ ମାତ୍ର କେଇଟା ଦିନରେ ହଜିଯିବା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ । ଏହା ବାୟୁମଣ୍ଡଳର ତାପମାତ୍ରାରେ ପରିବର୍ତ୍ତନ ହେବା ଯୋଗୁଁ ଘଟିଛି ବୋଲି କୁହାଯାଉଛି । ଫଳରେ ଗ୍ଲାସିୟରରୁ ବରଫ ଖୁବ୍ ଜୋରରେ ତରଳିବାକୁ ଲାଗିଥିଲା । ଆଉ ନଦୀର ପାଣି ଏତେ ଜୋରରେ ବହିଲା ଯେ ଏହା ୪ ଦିନରେ କୁଆଡେ ଶୁଖିଗଲା ।

ବାସ୍ତବରେ ବରଫ ତରଳି ଜଳ ସ୍ରୋତ ଏକ ଭିନ୍ନ ରାସ୍ତା ଦେଇ ଗତି କରିଥିଲା । ସ୍ରୋତର ଗତି ପଥ ବଦଳିବା ଫଳରେ ପରୁଣା ସ୍ଥାନର ଜଳ ଖାଲି ହୋଇଗଲା । ବୈଜ୍ଞାନିକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ପ୍ରକୃତର ଏହା କରିସ୍ମା ବୋଲି କହିଛନ୍ତି