ରେଲୱେ ଷ୍ଟେସନରେ ଦେହ ବେପାର : ଖୁଲମଖୁଲା ଚାଲିଛି ଗ୍ରାହକ ଖୋଜା

63

8ବିହାରରେ ଅଛି ଏମିତି ଏକ ରେଲୱେ ଷ୍ଟେସନ । ଯେଉଁଠି ବିନା ବାଧାରେ ଚାଲିଛି ଦେହ ବେପାର । ଆଉ ସେହି ପ୍ଲାଟଫର୍ମରେ ଏଥିପାଇଁ ଚାଲୁଛି ମୂଲଚାଲ । ସମସ୍ତେ ଜାଣି ବି ଚୁପ ରହୁଛନ୍ତି ।

ଏହା ହେଉଛି ବିହାରର ସହରସା ଷ୍ଟେସନ । ଏଠି ପ୍ରତିଦିନ ଚାଲୁଛି ଦେହ ବଜାର । ଏଥିପାଇଁ ଆଖପାଖ ଚାରିଆଡେ ଚର୍ଚ୍ଚାରେ ଏହି ଷ୍ଟେସନ । ଏହା ଯୋଗୁଁ ଖାଲି ଲୋକଙ୍କୁ ଅସୁବିଧା ହେଉଛି ତାନୁହେଁ ,ଏହି କଲଗର୍ଲଙ୍କ ଜାଲରେ ସାଧାସିଧା ଲୋକ ବି ପଡିଯାଉଛନ୍ତି । ପ୍ରଶାସନର ଅନେକ ପ୍ରୟାସ ସତ୍ୱେ ନା ଏହି ଧନ୍ଦା ଏଠି ବନ୍ଦ ହେଉଛି ନା ଯାତ୍ରୀଙ୍କ ଅସୁବିଧା । ସେମିତି ଏହି ରେଡ୍ ଲାଇଟ ଏରିଆରେ ଚାଲିଛି ଏଭଳି ଯୌନ କାରବାର ।

9ବିହାରର ଏହି ସହରସା ଷ୍ଟେସନ ସେହି ଅଂଚଳର ସବୁଠୁ ବଡ ଓ ମହତ୍ୱପୂର୍ଣ୍ଣ ଷ୍ଟେସନ । ଏହି ଷ୍ଟେସନକୁ ପାଖ ଜିଲ୍ଲାର ଅନେକ ଲୋକ ଆସନ୍ତି ଏବଂ ଏହା ଦେଶର ନୂଆଦିଲ୍ଲୀ ,ପଂଜାବ ସହ ଅନେକ ବଡ ବଡ ରାଜ୍ୟ ଓ ସହର ସହ ଯୋଗାଯୋଗ କରୁଛି । ଏଠାରେ ଟ୍ରେନ ପାଇଁ ପ୍ରତିଦିନ ହଜାର ହଜାର ଯାତ୍ରୀ ଆସିଥାନ୍ତି ।

ଏହି ଷ୍ଟେସନ ପାଖରେ ଥିବା ଏକ ନାଳ ପାଖରେ ଆସି ଦେହ ବେପାର କରୁଥିବା ଯୁବତୀମାନେ ଠିଆ ହୁଅନ୍ତି । ଅଶ୍ଳୀଳ ଇଙ୍ଗିତ କରି ଲୋକଙ୍କୁ ଫସାଇବାକୁ ଚେଷ୍ଟା କରନ୍ତି । କମ୍ ପଇସା ନେବାକୁ କହି ପରେ ଗ୍ରାହକର ସବୁ ପଇସାକୁ ନେଇଯାଇଥାନ୍ତି । ଅଜାଣତରେ ଅନେକ ଲୋକ ଏମାନଙ୍କର ଶିକାର ହେଉଛନ୍ତି । ହଟୁଡେ ନ୍ୟୁଜରେ ପ୍ରକାଶିତ ଏହି ଖବର ଏବେ ଖୁବ୍ ଚର୍ଚ୍ଚାରେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-