ମହିଳାଙ୍କ ବୁଦ୍ଧିକୁ ସଲାମ୍ କଲା ମୁମ୍ବାଇ ପୁଲିସ୍ ! ଟିଭି ସିରିୟଲ ଦେଖି ପତିଙ୍କୁ ଅପହରଣକାରୀଙ୍କ ଠାରୁ ବଂଚାଇଲେ ପତ୍ନୀ

45

ପତିଙ୍କର ଅପହରଣ ହୋଇଯିବ ଏବଂ ଏହାପରେ ଅପହରଣକାରୀ ଗୋଟିଏ ପରେ ଗୋଟିଏ ଆତଙ୍କୀତ ଭିଡିଓ ପତ୍ନୀଙ୍କ ପାଖକୁ ପଠାଇବେ । ଏହା ଯେକୌଣସି ମହିଳାଙ୍କ ପାଇଁ ହୃଦୟବିଦାରକ ହୋଇଥାଏ । ଆଉ ସେ ଏହାକୁ ନେଇ ଖୁବ୍ ଭାଂଗି ମଧ୍ୟ ପଡିବେ । କିନ୍ତୁ ହେତଲ ଶାହ ନାମ୍ନୀ ଜଣେ ମହିଳା ଏମିତି ‘ସାହସିକତା’ ଦେଖାଇଛନ୍ତି , ଯାହାକୁ ଦେଖି ମୁମ୍ବାଇ ପୁଲିସ୍ କରିଛି ସଲାମ୍ । ଆଉ ତାଙ୍କର ଏହି ଉପସ୍ଥିତ ବୁଦ୍ଧିକୁ କରିଛି ତାରିଫ ।

ନବଭାରତ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ, ହେତଲଙ୍କର ବୁଦ୍ଧିବିଚାର ଯୋଗୁଁ ତାଙ୍କର ୩୯ ବର୍ଷିୟ ପତି ଭାବିନ୍ ଶାହଙ୍କୁ ଶୁକ୍ରବାର ଦିନ ଅପହରଣକାରୀଙ୍କ କବଜାରୁ ପୁଲିସ୍ ଛଡାଇ ଆଣିବାରେ ସଫଳ ହୋଇଛନ୍ତି । ଏହି ମାମଲାରେ ସମୁଦାୟ ୬ଜଣ ଆରୋପିଙ୍କୁ ଗିରଫ କରାଯାଇଛି । ଡିସିପି ପରମଜିତ୍ ସିଂହ ଦହିଆ ଶନିବାର ଦିନ କହିଛନ୍ତି ,ଏହି ଅପହରଣକାଣ୍ଡର ମାଷ୍ଟର ମାଇଣ୍ଡ ମହମ୍ମଦ ଶାନୁ ଥିଲେ । ଶାନୁ ପୂର୍ବରୁ ଭାବିନଙ୍କ ବଡ ଭାଇଙ୍କ ସହ ମିଶି ମୋବାଇଲ୍ ବ୍ୟବସାୟ କରୁଥିଲେ । ଭାଇଙ୍କର କିଛି ବର୍ଷ ପରେ ମୃତ୍ୟୁ ହୋଇଯାଇଥିଲା । ଶାନୁକୁ ଭାଇର ବାହାନାରେ ଭାବିନଙ୍କ ସଂପତ୍ତି ବିଷୟରେ ଅବଗତ ଥିଲେ । ଏଥିପାଇଁ ସେ ଏକ ଦଳ ଗଠନ କଲେ ଏବଂ କେମିକାଲ୍ ଟ୍ୟାଙ୍କର ବିଜନେସ୍ ସହ ଜଡିତ ଭାବିନଙ୍କୁ ଅପହରଣ କରିବାର ଉପାୟ ରଚିଲେ ।

କେମିତି ହୋଇଥିଲା ଅପହରଣ ?
ଭାବିନ୍ ୩୧ ଅକ୍ଟୋବରରେ ଅନ୍ଧେରୀ ଆରଟିଓ କୌଣସି କାମରେ ଯାଇଥିଲେ । ଦ୍ୱିପ୍ରହର ୨ଟା ଥିଲା ସମୟ । ସେ ପତ୍ନୀ ହେତଲଙ୍କୁ ଫୋନ୍ କରି କହିଲେ ୩ଟା ସୁଦ୍ଧା ଘରେ ପହଁଚିଯିବେ । କିନ୍ତୁ ସେଦିନ ଯେତେବେଳେ ଭାବିନ ଘରକୁ ଆସିଲେ ନାହିଁ , ପତ୍ନୀ ଅମ୍ବୋଲି ପୁଲିସ୍ ଷ୍ଟେସନରେ ମିସିଂ ମାମଲା ରୁଜୁ କଲେ । ତାପର ଦିନ ୧ନଭେମ୍ବରରେ ଦିନ ୨ଟା୩୮ମିନିଟରେ ହେତଲଙ୍କ ମୋବାଇଲକୁ ଭାବିନଙ୍କ ନମ୍ବରରୁ କଲ୍ ଆସିଲା । କଲ୍ କରିଥିବା ଲୋକ ହେତଲକୁ ନିଜର ହ୍ୱାଟ୍ସଅପ୍ ଚେକ୍ କରିବାକୁ କହିଥିଲେ । ଏହି ହ୍ୱାଟ୍ସ ଆପରେ ଭାବିନଙ୍କର ଏକ ଭିଡିଓ ଥିଲା । ଯେଉଁଥିରେ ତାଙ୍କର ଶରୀରରେ ଛୁରୀ ରଖାଯାଇଥିଲା । ସେ କହୁଥିଲେ – ‘ମୋତେ ଅପହରଣ କରାଯାଇଛି । ତୁମେ ୮୨ ଲକ୍ଷ ଟଙ୍କାର ବ୍ୟବସ୍ଥା କର । ଏହି ଅର୍ଥ ଏହି ଲୋକଙ୍କ ଦିଅ ଓ ମୋତେ ଯେମିତି ହେଉ ଏହି ଠାରୁ ନେଇଯାଅ । ’ ହେତଲ ତୁରନ୍ତ ଏହି ସୂଚନା ପୁଲିସଙ୍କୁ ଦେଇଥିଲେ ।

କେମିତି ଅପହାରଣକାରୀଙ୍କୁ ହେତଲ ଦେଲେ ଚକମା ?
ଏହାପରେ ହେତଲକୁ କୁହାଗଲା କି ସେ ସେ ଶୁକ୍ରବାର ଦିନ ଅପହରଣକାରୀ କହିଥିବା ଅର୍ଥକୁ ନେଇ ଅନେ୍ଧରୀ ରୁ ନାଲାସୋପାରାକୁ ଥିବା ଟ୍ରେନରେ ବସିବାକୁ । ସେ ଚିନ୍ତିତ ଥିଲେ ଏଥିପାଇଁ ଯେ ବିନା ଟିକେଟରେ ଷ୍ଟେସନରେ ପହଁଚିଯାଇଥିଲେ । ସାଦା ପୋଷାକରେ ତାଙ୍କ ସହ ମହିଳା କୋଚରେ ମହିଳା ଅଫିସର ଥିଲେ କିନ୍ତୁ ଯେତେବେଳେ ଟିସି ତାଙ୍କୁ ବିନା ଟିକେଟରେ ଯାତ୍ରା କରୁଥିବାର ଦେଖିଲେ ଜୋରିମନା ଦେବାକୁ କହିଲେ । ସେ ଏହି ଜୋରିମନା ମଧ୍ୟ ଭରିଲେ , କାରଣ ତାଙ୍କ ସହ ପୁଲିସ୍ ଅଛନ୍ତି ବୋଲି କହିବାକୁ ଚାହୁଁନଥିଲେ । ଏହାପରେ ତାଙ୍କୁ ଅପହରଣକାରୀଙ୍କ ଦ୍ୱାରା ବାରମ୍ବାର ଟ୍ରେନରୁ ଓହ୍ଲାଇବା ଓ ଚଡିିବାକୁ ନିର୍ଦ୍ଦେଶ ଦିଆଯାଉଥିଲ ।

ଶେଷରେ ରାତି ସାଢେ ଦଶରେ ବସଇ ରେଲୱେ ଷ୍ଟେସନରେ ଓହ୍ଲେଇଲେ । ଏବଂ ସେଠାରେ ଦୁଇ ଅପହରଣକାରୀଙ୍କୁ ଆଣିଥିବା ଟଙ୍କା ଦେବାକୁ କୁହାଗଲା । ଯେମିତି ହେତଲ ଏହି ଅର୍ଥ ସେମାନଙ୍କୁ ଦେଇଛନ୍ତି , ସାଧା ପୋଷାକରେ ଥିବା ପୁଲିସ୍ ତୁରନ୍ତ ଅପହରଣକାରୀଙ୍କୁ ଧରିଥିଲେ । ପଚରାଉଚରା ପରେ ଯେଉଁ ଘରେ ଭାବିନଙ୍କୁ ରଖାଯାଇଥିଲା ତାର ଠିକଣା ପାଇଥିଲେ । ସେହି ଘରୁ ଆଉ ୪ ଆରୋପିଙ୍କୁ ଧରିଲେ ପୁଲିସ୍।

ଆଉ ଏସବୁ ହୋଇଥିଲା ଭାବିନଙ୍କ ପତ୍ନୀ ହେତଲଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ । ସେ ଅପହରଣକାରୀଙ୍କୁ କହିଥିଲେ ସେ କେବଳ ମିସିଂ କେସର ସୂଚନା ଦେଇଛନ୍ତି । ଏଫଆଇଆର୍ ଦେଇନାହାଁନ୍ତି । ପରେ ପୁଲିସଙ୍କୁ କହିଦେବି ଯେ ପତି ଏମିତି କହି ଚାଲିଯାଇଥିଲେ । ପୁଣି ଫେରି ଆସିଲେ । ଆଉ ଏହି ଉପାୟ ହେତଲ କ୍ରାଇମ୍ ଧାରାବାହିକ ଦେଖି ଜାଣିପାରିଥିଲେ । ଯାହାକୁ ସେ ନିଜ ପତିଙ୍କ ସହ ନିୟମିତ ଦେଖୁଥିଲେ । ଆଉ ଏହାକୁ ପ୍ରୟୋଗ କରି ହେତଲ ଅପହାରଣକାରୀଙ୍କ ଠାରୁ ନିଜ ପତିଙ୍କୁ ଛଡାଇଥିଲେ ।