ଚଷମା ଦେଉଛି ଚକମା : ଏହାକୁ ପିନ୍ଧିଲେ ସିସିଟିଭିରେ ଛପି ଯାଏ ମୁହଁ

33

ବ୍ରିଟେନର ଏକ କଂପାନୀ ଭିନ୍ନ ଧରଣର ଚଷମା ତିଆରି କରିଛି । ଯାହାକୁ ପିନ୍ଧିଲେ ସିସିଟିଭିରେ ମୁହଁ ଦେଖାଯାଏ ନାହିଁ । ଏହାକୁ ପିନ୍ଧୁଥିବା ଲୋକର ଚେହେରା ସିସିଟିଭିରେ ନଜର ଆସେ ନାହିଁ । ବଦଳରେ ଏଥିରୁ ଚମକିଲା ଆଲୋକ ରଶ୍ମୀ ବାହାରିଥାଏ । କଂପାନୀ ଏହି ଚଷମା ତିଆରି ପାଇଁ ସ୍ୱତନ୍ତ୍ର ପ୍ରକାରର କାଚ ବ୍ୟବାହର କରିଛି ।

ଏହା ଏମିତି ଭାବେ ନିର୍ମାଣ ହୋଇଛି ଏଥିରୁ ବାହାରୁଥିବା ରଶ୍ମୀ ପ୍ରତିଫଳିତ ହୋଇ ପୁଣି ଫେରିଆସେ । ଏହାଫଳରେ ଚଷମା ପିନ୍ଧିଥିବା ବ୍ୟକ୍ତିର ମୁହଁରେ ଆଲୋକର ମାତ୍ରା ବଢିଯାଏ । ଫଳରେ ସିସିଟିଭିରେ ମୁହଁ ଠିକରେ ନଜର ଆସେ ନାହିଁ ।

ଏହି ଚଷମା ଉପରେ ଟିପ୍ପଣୀ ଦେଇ କଂପନୀ କହିଛି ଏହି ଚଷମା ଦ୍ୱାରା ଚୋରୀ ଆଦି କାଣ୍ଡ କରୁଥିବା ଲୋକର ଚେହେରା ଚିହ୍ନିବା ଅସୁବିଧା ହେବ । କିନ୍ତୁ ଏହାକୁ ପିନ୍ଧିଥିବା ବ୍ୟକ୍ତି କୈାଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏହି ଅଜବ ଚଷମାର ମୂଲ୍ୟ ପାଖାପାଖି ୬,୪୭୧ଟଙ୍କାରୁ ୮,୫୧୫ଟଙ୍କା ଭିତରେ ରଖାଯାଇଛି ।