ଭିନ୍ନ ଏକ ପ୍ରଥା ! ବିବାହ ପୂର୍ବରୁ ଶାଶୁଘର ଚାଲିଯାଏ କନ୍ୟା

31

ଝାରଖଣ୍ଡ : ବିବାହର ଦୁଇ ଦିନ ପୂର୍ବରୁ କନ୍ୟାର ଶାଶୁଘର ବିଦାୟ । ଶୁଣିବାକୁ ଏହା ଅଡୁଆ ଲାଗୁଥିଲେ ବି ଏହା ସତ । ଝାରଖଣ୍ଡର ଉତ୍ତରୀ ଛୋଟନାଗପୁର ମଣ୍ଡଳରେ ବିବାହକୁ ନେଇ ଏମିତି ଏକ ଅଜବ ପରମ୍ପରା କେତେଦିନଠୁ ଚାଲିଆସୁଛି । ଏଠାରେ ବରର ପରିଜନ ଲଗ୍ନ ନେଇ କନ୍ୟାର ଘର ଯା’ନ୍ତି ଏବଂ ବିନା ବିବାହରେ କନ୍ୟାକୁ ନିଜ ଘରକୁ ନେଇ ଆସନ୍ତି ।

ନିୟମ ଅନୁଯାୟୀ ଦୁଇ ଦିନ କନ୍ୟା ବର ଘରେ ବୟସ୍କ ମହିଳାଙ୍କ ସହ ରହେ । ତାପରେ କନ୍ୟାର ପିତା ଓ ପରିଜନ ଶୋଭାଯାତ୍ରା କରି ପହଁଛନ୍ତି । ନିଜ ଘରେ ପହଁଚିଥିବା ଶୋଭାଯାତ୍ରାରେ ବର ସାମିଲ ହୁଏ । ଏମିତି ଭାବେ ପ୍ରଚଳିତ ବିବାହ ବଢିଚାଲିଛି । ଯୌତୁକ ପ୍ରଥା ବିରୋଧରେ ଏହା ଏକ ଭଲ ପ୍ରୟାସ ବୋଲୁ କୁହାଯାଉଛି ।

(ସୈାଜନ୍ୟ- ନଇ ଦୁନିଆ ଡଟ୍ କମ୍ )