ଝାଡୁଦାରରୁ ମଡେଲ୍ ଗର୍ଲ : ସୋସିଆଲରେ ଭାଇରାଲ ଫଟୋ

64

modelବ୍ରାଜିଲ : କେତେବେଳେ କାହାର ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇଯାଏ । ଏହା କେହି କହିପାରିବେନି । କାଲି ଯିଏ ଗରିବ । ଆଜି ସିଏ କୋଟିପତି ପାଲଟି ଯାଉଛି । ଏପରିି ଅନେକ ଉଦାହରଣ ଦେଖିବାକୁ ମିଳେ । ଏମିତି ଏକ ଘଟଣା ଘଟିଛି ବ୍ରାଜିଲରେ । ଏଠାର ରିଟା ମାଟୋଜ ନାମ୍ନୀ ଜଣେ ଯୁବତୀଙ୍କୁ ନେଇ ଖୁବ୍ ଚର୍ଚ୍ଚା । ଏହି ଯୁବତୀଙ୍କ କାମ ହେଲା ସଡକରେ ଝାଡୁ କରିବା । କିନ୍ତୁ ଏବେ ଇଂଟରନେଟରେ ଏହି ଯୁବତୀଙ୍କ ଫଟୋ ଭାଇରାଲ ସାଜିଛି । ଏହା ଆପଣଙ୍କୁ ବିଶ୍ୱାସ ଲାଗୁନଥିଲେ ବି ପୁରା ସତ ଘଟଣା ।

girlରିଟା ନାମ୍ନୀ ଏହି ଯୁବତୀ କେବେ ଭାବିନଥିବେ ଗୋଟେ ଫଟୋ ତାଙ୍କର ଜୀବନରେ ପରିବର୍ତ୍ତନ ଆଣିଦେବ ଓ ସେ ଲୋକପ୍ରିୟ ହୋଇଯିବେ । ଖବର ଅନୁସାରେ, ୨୫ ବର୍ଷୀୟା ରିଟା ସଡକରେ ସଫାଇ କାମ କରନ୍ତି । ପ୍ରତିଦିନ ଭଳି ସେ ସଡକରେ ଝାଡୁ କରୁଥିଲେ । ସେତେବେଳେ ତାଙ୍କ ଫଟୋକୁ କିଏ ଉଠେଇ ଇଂଟରନେଟରେ ଛାଡି ଦେଇଥିଲେ । ଏହା ଖୁବ୍ ଶୀଘ୍ର ଭାଇରାଲ ହୋଇଗଲା । ଏହାସହ ରିଟାଙ୍କ ଏ ଫଟୋକୁ ଅନେକ ଲୋକ ମଧ୍ୟ ସେୟାର କରିଥିଲେ ।

ରିଟା ଏ କଥାକୁ ବିଶ୍ୱାସ କରିପାରିଲେନି । ଏତେ ସୁନ୍ଦର ଝିଅ ଝାଡୁ କରୁଛି ,ସମସ୍ତେ କମେଂଟ ଦେଇଥିଲେ । ପରେ ରିଟାଙ୍କୁ ମଡେଲିଂର ଅପର ମିଳିଲା । ଏବେ ରିଟା ଝାଡୁଦାର ନୁହେଁ ଜଣେ ମଡେଲ ଗର୍ଲ ଭାବେ ପରିଚିତ ।

ଏହାସହ ମଧ୍ୟ ପଢନ୍ତୁ – ବନ୍ଦ ହେବାକୁ ଯାଉଛି ମୋବାଇଲ ନମ୍ବର ! ଆପଣ ବି ଅସୁବିଧାରେ ପଡିପାରନ୍ତି