ଏମିତି ଅଛି ପରମ୍ପରା : ଝିଅକୁ ଅପହରଣ କରି ପୁଅ କରେ ବିବାହ

188

kidnap4ବିବାହ ଏମିତି ଏକ ପର୍ବ । ଯେଉଁଠି ପୁଅ-ଝିଅ ଉଭୟଙ୍କର ଖୁସି ସାମିଲ ହୁଏ । ଏ ଏମିତି ଏକ ମିଳନ ଯେଉଁଠି ପୁଅ ଓ ଝିଅ ଦୁହିଁଙ୍କ ମନ ମିଶିବାକୁ ହୁଏ । ପୁଅ-ଝିଅ ଉଭୟଙ୍କର ରାଜି ହେବା ଜରୁରୀ ଅଟେ ବିବାହ ପାଇଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆଁରେ ଏମିତି ଏକ ଦେଶ ଅଛି ଯେଉଁଠି ଝିଅର ଇଚ୍ଛାକୁ ଅଣଦେଖା କରାଯାଏ । ପୁଅଟିଏ ତାର ମନ ପସନ୍ଦର ଝିଅକୁ ଅପହରଣ କରେ ଏବଂ ବଳପୂର୍ବକ ବିବାହ କରେ ସେ ଝିଅକୁ ।

bridal-kidnapping-a-kyrgyz-method-of-marriageଏମିତି ଦେଶ ହେଉଛି କିର୍ଗିସ୍ତାନ । ଯେଉଁଠି ଝିଅଟିଏ ସ୍ୱଚ୍ଛନ୍ଦରେ ନିଜର ପସନ୍ଦର ସାଥୀ ବାଛିବା ଆଗରୁ ଆଉ କିଏ ତାର ସ୍ୱପ୍ନ ଭାଂଗି ଦିଏ । ଆଉ କାହା ପାଇଁ ସ୍ୱପ୍ନ ଦେଖୁଥିବା ଝିଅ ବାଧ୍ୟରେ ଆଉ ଜଚ୍ଚର ସ୍ତ୍ରୀ ହୋଇଯାଏ । ଏଥିପାଇଁ ତାକୁ ବାଧ୍ୟକରେ ତାର ପ୍ରଥା ଓ ପରଂପରା । କିର୍ଗିସ୍ତାନରେ ଏମିତି ପ୍ରଥା ବହୁତ ପୁରୁଣା । ଏଠାରେ  ଯୁବକଟିଏ ନିଜ ପସନ୍ଦର ଝିଅକୁ ଅପହରଣ କରିନିଏ । ସମାଜରେ ବଦନାମର ଡରରେ ପରିବାର ଲୋକେ ଅପହରଣକାରୀ ସହ ବିବାହ କରିଦିଅନ୍ତି । ଏହି ଦେଶରେ ଝିଅକୁ ଯେତେବେଳେ ୨୦ ବର୍ଷ ପୁରିଯାଏ ,ତାକୁ ରାସ୍ତା ,ବଜାର ବା ଘରୁ ଅପହରଣ କରିନିଆଯାଏ । ଝିଅକୁ ଅଜଣା ସ୍ଥାନରେ ରଖି ଅପହରଣ କରିଥିବା ପୁଅ ମନେଇବାକୁ ଚେଷ୍ଟା କରେ । ଯଦି ସେ ଝିଅ ପୁଅର କଥାରେ ରାଜି ନହୁଏ ,ତାକୁ ଦୁଷ୍କର୍ମ କରେ ସେହି ପୁଅ ଏବଂ ପରେ ବାଧ୍ୟ ହୋଇ ସେ ଝିଅ ସ୍ୱାମୀ କରେ ସେ ପୁଅକୁ ।

bride-kidnapping-in-kyrgyzstanଅନେକ ପ୍ରେମୀ ଯୁଗଳ ମଧ୍ୟ ଏପରି ଫାଇଦା ନେଇ ଘର ଲୋକଙ୍କୁ ମନାଉଛନ୍ତି । ୟୁନେସ୍କୋର ରିପୋର୍ଟ ଅନୁସାରେ ପ୍ରତି ବର୍ଷ ୧୨ହଜାର ଯୁବତୀଙ୍କୁ ଜବରଦସ୍ତ ଅପରହରଣ କରାଯାଉଛି ।  କିର୍ଗିସ୍ତାନ ସରକାର ଏହି ପରଂପରା ଉପରେ ଲଗାମ ଲଗାଇଥିଲେ , ସେଠାରେ କିଛି ଅଂଚଳରେ ଏବେବି ଏମିତି ବିବାହ ଚାଲୁରହିଛି ।