ଏପାଟେ ମାତୃଭୂମି ସେପାଖେ ଜେଲ୍ ! ୧୧ ବର୍ଷ ପରେ ପାକିସ୍ତାନ ଫେରିଲେ ଭାରତୀୟ ଜେଲରେ ଜନ୍ମ ହୋଇଥିବା ହିନା

54

ଅନେକ କାହାଣୀ ଓ ସିନେମା ତିଆରି ହୋଇଛି ଭାରତ-ପାକ୍ ର ସଂପର୍କକୁ ନେଇ । ଆଉ ଏହା ଖୁବ୍ ଛୁଇଁଛି ଲୋକଙ୍କ ହୃଦୟକୁ । ହେଲେ ନବଭାରତ ଟାଇମ୍ସରେ ପ୍ରକାଶିତ ଏହି ଖବର କାହାଣୀ ନୁହେଁ ପୁରା ସତ୍ୟ ଘଟଣା । ଯାହାକୁ ନେଇ ଏବେ ଖୁବ୍ ଆଲୋଚନା ।

ଡିଜାଇନର ସୁଟ୍ ପିନ୍ଧି , ହାତରେ ମେହେନ୍ଦି ଲଗାଇ ୧୧ ବର୍ଷର ହେଲା ଗୁରୁବାର ଦିନ ଫେରିଛନ୍ତି ନିଜ ମାତୃଭୂମିକୁ । ହାତରେ ପାକିସ୍ତାନର ପତାକା ଧରି ଖୁବ୍ ଖୁସିରେ ଅଟାରୀ ବର୍ଡର ଦେଇ ଫେରିଛନ୍ତି ନିଜ ଘରକୁ । ମାତୃଭୂମିର ମମତା ହାତ ଠାରି ଡାକୁଛି । ମନରେ ଦେଶ ମାତୃକାକୁ ଛୁଇଁବାର ଅଦମ୍ୟ ପିପାଶା । ୧୧ ବର୍ଷ ତଳେ ଜନ୍ମ ହୋଇଥିଲେ ହିନା ଭାରତୀୟ ଜେଲରେ । ନିଜର ମାଁ ଓ ଖୁଡୀ ମୁମତାଜଙ୍କ ସହ ଜେଲରୁ ମୁକ୍ତି ମିଳିଛି ତାଙ୍କୁ । ଏବଂ ସେମାନେ ସମସ୍ତେ ନିଜର ଦେଶକୁ ଫେରିଯାଇଛନ୍ତି ।

ପାକିସ୍ତାନ ରେଂଜର ହିନାଙ୍କ ସହ ସମସ୍ତ ୧୦ ଜଣ ପାକିସ୍ତାନୀଙ୍କୁ ସ୍ୱାଗତ କରିଛି । ସେମାନେ ହିନାଙ୍କୁ ପାକିସ୍ତାନ ପତାକା ଦେଇଥିିଲେ । ତାଙ୍କର ପିତା ସାଫୁଲ୍ ରହମାନଙ୍କର ଆଖିରେ ଲୁହ । ନିଜର ଝିଅକୁ ପ୍ରଥମ କରି ଦେଖି ବାପାର ମନରେ ଆନନ୍ଦର ଅଶ୍ରୁ । ଝିଅକୁ ଦେଖିବାର ମୋହରେ ବୋଲ ମାନୁଛି ଆନନ୍ଦର ଲୁହ । ହୃଦୟରେ ଝିଅକୁ ଦେଖି ବାପାର ମନରେ ଶ୍ରଦ୍ଧା ଓ ସ୍ନେହର ଅଦୃଶ୍ୟ ଅନୁଭବ । ଫାତିମା , ମୁମତାଜ ଙ୍କ ସହ ତାଙ୍କର ମାଁ ରାଶିଦା ୮ ମେ ୨୦୦୬ରେ ସ୍ମଗଲିଂ ଆରୋପରେ ଅଟାରୀ ବର୍ଡରରେ ଗିରଫ ହୋଇଥିଲେ ।

ଫାତିମା , ମୁମତାଜ ଓ ରାଶିଦାଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକ୍ରୋଟ୍ରାପିକ୍ ସବଷ୍ଟନ୍ସ( ଏନଡିପିଏସ୍) ଆକ୍ଟରେ ଗିରଫ କରାଯାଇଥିଲା । ରାଶିଦାଙ୍କର ଅମୃତସର ସେଂଟ୍ରାଲ ସିକ୍ୟୁରିଟି ଜେଲରେ ୨୧ ମେ ୨୦୦୮ରେ ମୃତ୍ୟୁ ହୋଇଥିଲା । ତାଙ୍କର ପାର୍ଥବ ଶରୀରକୁ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା ।

ଫାତିମା ଓ ମୁମତାଜ୍ ନଭେମ୍ବର ୨୦୧୬ରେ ନିଜର ୧୦ ବର୍ଷର ଜେଲ ଦଣ୍ଡ ପୁରା କରିସାରିଥିଲେ । କିନ୍ତୁ ଦୁଇ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଭରି ନପାରିବାରୁ ତାଙ୍କର ଜେଲ ଦଣ୍ଡ ଆହୁର ଗୋଟେ ଗୋଟେ ବର୍ଷ ବଢାଇ ଦିଆଯାଇଥିଲା । ଏହାରି ଭିତରେ ବାଟଲାସ୍ଥିତ ଏନଜିଓ ହ୍ୟୁମନିଟି କ୍ଲବ ଏହି ପାକିସ୍ତାନୀ ମହିଳାଙ୍କୁ ସାହାଯ୍ୟ କରିଥିଲେ । ଏବଂ ୪ ଲକ୍ଷ ଟଙ୍କାର ଆର୍ଥିକ ଭରିଥିଲେ । ଦୁଇ ଜଣ ମହିଳାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।