ବିଶ୍ୱର ଦାମୀ କଳାକାରଙ୍କ ଭିତରେ ବଲିଉଡ : ଟପ୍-୨୦ରେ ଶାହାରୁଖ ଓ ଅକ୍ଷୟ

53

ଆମର ଭାରତୀୟ ଫିଲ୍ମ ହୁଏତ ହଲିଉଡ ଫିଲ୍ମ ସହ ତୁଳନୀୟ ହୋଇନପାରେ। ହେଲେ ବଲିଉଡର କିଛି ଅଭିନେତା ଅଛନ୍ତି ,ଯେଉଁମାନେ ହଲିଉଡର କିଛି ଟପ୍ ଅଭିନେତାଙ୍କ ବାର୍ଷିକ ଆୟ ସହ ସମାନ ଆୟ କରନ୍ତି ।

srk-story_012413111127ଫୋର୍ବସ ମାଗାଜିନ ଟପ-୨୦ ଦାମୀ ଅଭିନେତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଚାରି ଭାରତୀୟ କଳାକାର। ପୂର୍ବ ବର୍ଷ ତାଲିକାରେ ନାମ ନଥିବା ରୋମାଟିଂକ ହିରୋ କିଙ୍ଗ୍ ଖାନ ଶାହାରୁଖ ଜବରଦସ୍ତ କମବ୍ୟାକ୍ କରିଛନ୍ତି ନିଜର ବାର୍ଷିକ ଆୟକୁ ନେଇ । ଦିଲୱାଲେ ଭଳି ହିଟ୍ ଫିଲ୍ମ ସହ ବିଜ୍ଞାପନ ଦୁନିଆରେ ସକ୍ରିୟ ରହି ବେଶ୍ ଭଲ ଆୟ କରୁଛନ୍ତି ବଲିଉଡ଼ ବାଦଶାହା । ୨୨୧ କୋଟି ବାର୍ଷିକ ଆୟ ସହ ଫୋର୍ବସ ତାଲିକାର ୮ମ ତାଲିକାରେ ନିଜ ନାମକୁ ସାମିଲ କରାଇଛନ୍ତି ଏହି ରୋମାଟିଂକ ହିରୋ ।

akshayସେହିପରି ଅନ୍ୟ ଭାରତୀୟ ଭାବେ ଦର୍ଶକଙ୍କୁ ସମସ୍ତ ଚରିତ୍ରରେ ମତୁଆଲା କରୁଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟ ପଛରେ ନାହାନ୍ତି । ୨୦୧୬ ମସିହା ବେଶ ଭଲ ଯାଇଛି ଖିଲାଡ଼ି କୁମାରଙ୍କ ପାଇଁ। ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ସହ ବିଜ୍ଞାପନ ଜଗତରେ ବେଶ୍ ନାମ କମାଇଛନ୍ତି ଏହି ଷ୍ଟାର । ଗୋଟିଏ ବର୍ଷ ମଧ୍ୟରେ ଏୟାରଲିଫ୍ଟ, ହାଉସଫୁଲ-୩ରୁସ୍ତମ ଭଳି ୩ଟି ହିଟ୍ ମୁଭି ଦେଇ ବି-ଟାଉନ୍ ବେଶ୍ ଚର୍ଚ୍ଚିତ ହୋଇଥିଲେ । ପାଖାପାଖି ବାର୍ଷିକ ୨୧୦କୋଟି ଆୟ କରି ଫୋର୍ବସ ତାଲିକାର ୧୦ମ ସ୍ଥାନରେ ଏହି ମଲ୍ଟିଷ୍ଟାର ଆକ୍ଟର।

696956990ବଲିଉଡ଼ର ଭାଇଜାନ ସଲମାନ୍ ଖାନଙ୍କ ପାଇଁ କିନ୍ତୁ ଖୁସି ଖବର ଆଣି ପାରିନାହିଁ ଏହି ତାଲିକା । ବଜରଙ୍ଗୀ ଭାଇଜାନ ଭଳି ହିଟ୍ ଫିଲ୍ମ ସତ୍ୱେ ମଧ୍ୟ ବାର୍ଷିକ ଆୟ ପୂର୍ବ ବର୍ଷ ତୁଳନାରେ ୨୨୪ କୋଟିରୁ କମି ୧୯୧ କୋଟିରେ ପହଁଚିଛି। ତେଣୁ ତାଲିକାର ୧୪ତମ ସ୍ଥାନରେ ରହିଛନ୍ତି ଦବଙ୍ଗ ଖାନ୍।

414363327ଲିଜେଣ୍ଡାରୀ ଆକ୍ଟର ତଥା ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କ ବାର୍ଷିକ ଆୟ ୧୩୪କୋଟିକୁ କମି ଆସିଛି ।ତେଣୁ ତାଲିକାର ୭ମ ସ୍ଥାନରୁ ଖସି ୧୮ତମ ସ୍ଥାନରେ ପହଁଚିଛନ୍ତି ଏହି ଏଭରଗ୍ରୀନ୍ ଆକ୍ଟର ।୧ ଜୁନ୍ ୨୦୧୫ ରୁ ୧ ଜୁନ୍ ୨୦୧୬ ପର୍ଯ୍ୟନ୍ତ ବାର୍ଷିକ ଆୟକୁ ଲକ୍ଷ୍ୟ କରି ପ୍ରକାଶ ପାଇଛି ଫୋର୍ବସ ମାଗାଜିନ।