୭୫ ବର୍ଷ ଧରି ବରଫ ଭିତରେ ଚାପି ହୋଇ ରହିଥିଲେ ଦମ୍ପତ୍ତି! ସୁରକ୍ଷିତ ଅବସ୍ଥାରେ ମିଳିଲା ଶବ

35

ସ୍ୱିଜରଲ୍ୟାଣ୍ଡ : ୧୯୪୨ ମସିହାରୁ ନିଖୋଜ ଥିବା ଏକ ଦମ୍ପତ୍ତିଙ୍କ ଶବ ମିଳିଛି । ବରଫ ଗଦା ଭିତରେ ଚାପି ହୋଇ ରହିଥିବାରୁ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଏହି ଘଟଣାଟି ସୁଇଜରଲାଣ୍ଡର ବରଫ ଆଚ୍ଛାଦିତ ଆଲପସ୍ ପାହାଡିଆ ଅଂଚଳର । କୁହାଯାଉଛି ଯେ ୧୯୪୨ ମସିହା ଅଗଷ୍ଟ ୧୫ ତାରିଖରେ ଗାଈ ଚରାଇବା ପାଇଁ ଯାଇଥିଲା ବେଳେ ଆଉ ଫେରିନଥିଲେ । ସ୍ୱିସ୍ ପୁଲିସର କହିବା ଅନୁସାରେ ଦକ୍ଷିଣ ସୁଇଜରଲାଣ୍ଡର ୩ହଜାର ମିଟର ଉଚ୍ଚତାରେ ଥିବା ଏକ ପାହାଡିଆ ସ୍ଥାନରୁ ଏହି ଦମ୍ପତ୍ତିଙ୍କ ଶବ ମିଳିଥିଲା । ଶବ ମିଳିବା ସ୍ଥାନରୁ ମଧ୍ୟ ସେମାନଙ୍କର ବ୍ୟାକପ୍ୟାକ୍ ,ବୋତଲ ,ବହି ,ଘଣ୍ଟା ମଧ୍ୟ ମିଳିଛି ।

ଗତ ୭୫ ବର୍ଷ ଧରି ଏହି ଦମ୍ପତ୍ତିଙ୍କ ୭ଜଣ ପୁଅ-ଝିଅ ବାପା-ମାଆ ନିଖୋଜ ସଂପର୍କରେ ଜାଣିବାକୁ ଚେଷ୍ଟା କରୁଥିଲେ । ସେମାନେ କହିଥିଲେ ଯେ ୪୦ ବର୍ଷିୟ ବାପା ମାର୍ସୋଲିନ୍ ଏବଂ ମାଆ ଫ୍ରାନ୍ସିସ୍ ଗାଈ ଚରାଇବା ପାଇଁ ଏହି ପାହାଡିଆ ଅଂଚଳକୁ ଯାଇଥିଲା ବେଳେ ଆଉ ଫେରିନଥିଲେ । ନିକଟରେ ପୁଲିସ୍ ଏକ ପାହାଡ ଗଦା ଭିତରୁ ସେମାନଙ୍କ ଶବ ପାଇଛି । ( ସୈାଜନ୍ୟ- ଦ ଗାର୍ଡିଆନ)