ଭୁବନେଶ୍ୱର : ଘରେ ବସି ଗାଡି ପାର୍କିଂ କରିପାରିବେ ଅନଲାଇନରେ ! ବିଏମସିର ସ୍ମାର୍ଟସିଟିରେ ସ୍ମାର୍ଟଜନପଥ ଯୋଜନା

34

ଦିନକୁ ଦିନ ରାଜଧାନୀରେ ବଢି ଚାଲିଛି ଲୋକସଂଖ୍ୟା । ପାଖାପାଖି ୧୧ଲକ୍ଷରୁ ୧୨ ଲକ୍ଷ ହେବ ଭୁବନେଶ୍ୱରର ଲୋକସଖ୍ୟା । ବିଶେଷ କରି ବଡ ବଡ ପୂଜା ଦଶହରା ଓ ଗଣେଶ ପୂଜା ଓ ଲକ୍ଷ୍ମୀ ପୂଜା ଆଦିରେ ପାର୍କିଂରେ ଅସୁବିଧା ହୁଏ । ଅନେକ ଦୁର୍ଘଟଣା ମଧ୍ୟ ଘ ଟୁଛି । ଏହାକୁ ଆଖିରେ ରଖି ବିଏମସି ନୂଆ ଫର୍ମୂଲା ବାହାର କରିବାକୁ ଯାଉଛି । ଏ ନେଇ ମେୟର ଅନନ୍ତ ନାରାୟଣ ଜେନା କନକ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି ଯେ, ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ମାର୍ଟ ଜନପଥ କରିବାର ଯୋଜନା କରାଯାଇଛି । ଫଳରେ ଲୋକେ ଘରେ ବସି ଅନଲାଇନରେ ନିଜ କାର ପାର୍କିଂ କରିପାରିବେ । ଆଉ ସିଧା ଆସି ଲୋକେ ନିଜ ଗାଡି ପାର୍କିଂ କରିପାରିବେ । ଆଉ ପାର୍କି ସମସ୍ୟା ଲୋକଙ୍କର ନଥିବ ।

ଆଉ ଅଧିକ ସୂଚନା ଦେଇ ମେୟର କହିଛନ୍ତି, ଏହି ପାର୍କିଂ ପ୍ରୋଜେକ୍ଟ ହେଉଛି ୨୦କୋଟିରୁ ଉର୍ଦ୍ଧ୍ୱ । ଗୋଟିଏ ୟୁନିଟ-୨ରୁ ମାର୍କେଟ ବିଲଡିଂ ଆଉ ଗୋଟିଏ ସହିଦ ନଗରରେ ହେବାର ସ୍ଥିତ ହୋଇଛି । ଏହାସହ ଭୁବନେଶ୍ୱର ଅନେକ ଯାଗା ନିଆଯିବା ପାଇଁ ଆପ୍ଲାଏ କରାଯାଇଛି । ଯାହାକି ଲୋକଙ୍କୁ ଆହୁରି ସୁବିଧା ଦିଆଯିବ । ଏକ ଟ୍ରାନ୍ସପୋର୍ଟ ନଗରୀ କରାଯିବ । ଏଥିରେ ଯେଉଁ ବଡ ବଡ ଗାଡି ଆସୁଛି, ସେସବୁ ରହିବ ଓ ସେଠାରେ ସେମାନଙ୍କର ପରିବାର ବର୍ଗ ମଧ୍ୟ ରହିବେ । ଏଥିପାଇଁ ଦାସପୁରରେ ଏକ ସ୍ଥାନ ଚିହ୍ନଟ ହୋଇଛି । ଏଣୁ ଗାଡି ରଖିବା ଲୋକେ କେମିତି ସୁବିଧାରେ ରହିପାରିବେ ସେ ସୁବିଧା ବିଏମସି କରିବାକୁ ଯାଉଛି ।

ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଜଧାନୀ ମଧ୍ୟ ନୂଆ ହେବାରେ ଲାଗିଛି । ରାଜ୍ୟ ତଥା ଦେଶର ଏକ ପ୍ରମୁଖ ଷ୍ଟଡି ହବ୍ ହେବା ସହ ଏଠାରେ ରାଜ୍ୟର ସବୁ ଆଇନ କାନୁନ ତିଆରି ହୁଏ । ରାଜଧାନୀରେ ବଢୁଥିବା ଲୋକସଂଖ୍ୟାକୁ ଆଖିରେ ରଖି ରାସ୍ତା ମଧ୍ୟ ପ୍ରଶସ୍ତ୍ରୀକରଣ କରାଯାଉଛି । ଗହଳି ଟ୍ରାଫିକ୍ ସ୍ଥାନରେ ରାସ୍ତା ୩ଲେନ୍ ବିଶିଷ୍ଟ ମଧ୍ୟ କରାଯାଇଛି । ତଥାପି ବି ନିଅଣ୍ଟ ହେଉଛି ଏ ସବୁ । ରାଜଧାନୀରେ ପ୍ରମୁଖ ମଲ୍ ଓ ସ୍ଥାନ ମାନଙ୍କରେ ପାର୍କିଂ ବ୍ୟବସ୍ଥାକୁ ନେଇ ଲୋକମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି । ଆଉ ମଧ୍ୟ ଏଠାରେ ଆଇନ କାନୁନର କଡା ବ୍ୟବସ୍ଥା କମିଶନରେଟ ପୁଲିସର ଥାଇ ବି ଗାଡି ଚୋରଙ୍କ ଦୈାରାତ୍ମ କମୁନାହିଁ । ବେଳେବେଳେ ଏଣେତେଣେ ଗାଡି ପାକିଁ ବେଳେ ଗାଡି ଚୋରି ହେଉଛି । ଏବେ ବିଏନସିର ଏହି ଅନଲାଇନ ପାର୍କିଂ ଯୋଜନା ନିଶ୍ଚୟ ଏକ ଭଲ ପଦକ୍ଷେପ ହେବ ।