ଜାତୀୟ କାର୍ଯ୍ୟକାରିଣୀ ବୈଠକ : ଘଂଟ ହୁଳହୁଳିରେ ମୋଦିଙ୍କୁ ସ୍ୱାଗତ କରିବାକୁ ବିଜେପିର ଯୋଜନା

19

କନକ ବ୍ୟୁରୋ : ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ମୋଦିଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କାଲି ଠାରୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱରରେ ପହଁଚିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପେକ୍ଷା । ଆଜି ଅପରାହ୍ଣରେ ମୋଦି ଆସିବେ ।

ଟର୍ମିନାଲ ସାମ୍ନାରେ ସ୍ୱାଗତ ପାଇଁ ମହିଳା ମୋର୍ଚ୍ଚାକୁ ଦାୟିତ୍ୱ ଦିଆଯାଇଛି । ଯୁବ ଓ ଛାତ୍ର ସଂଗଠନର ଶହଶହ କର୍ମକର୍ତ୍ତା ବି ଉପସ୍ଥିତ ରହିବେ । ଏୟାରପୋର୍ଟରୁ ଜନତା ମୈଦାନ ମଧ୍ୟରେ ୫୦ ହଜାରରୁ ଅଧିକ କର୍ମୀ ରାସ୍ତାର ଉଭୟ ପଟେ ରହି ସ୍ୱାଗତ କରିବେ । ସ୍ୱାଗତ ପର୍ବକୁ ଆକର୍ଷଣୀୟ କରିବା ପାଇଁ ଖୋର୍ଦ୍ଧା ଗୁରୁଜଙ୍ଗ ଧବଳେଶ୍ୱରରୁ ଘଂଟ ପାଟୁଆଙ୍କୁ ଅଣାଯାଇଛି । ଏହା ସହ ମହିଳା କର୍ମକର୍ତ୍ତାମାନେ ପାରମ୍ପରିକ ହୁଳହୁଳିରେ ସ୍ୱାଗତ କରିବାର ଯୋଜନା କରାଯାଇଛି ।