ବିଜେପି କାର୍ଯ୍ୟକାରିଣୀ : ସଭାସ୍ଥଳରେ ଓଡିଶା କଳା ଓ ସଂସ୍କୃତିର ସ୍ପର୍ଶ

35

କନକ ବ୍ୟୁରୋ : ବିଜେପି କାର୍ଯ୍ୟକାରିଣୀ ସଭାସ୍ଥଳରେ ଦିଆଯାଇଛି ଓଡିଶା କଳା ଓ ସଂସ୍କୃତିର ସ୍ପର୍ଶ । ଏହାର ପ୍ରଥମ ନମୂନା ମୁଖ୍ୟ ତୋରଣଠାରୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫଟୋ ସହ ବିଶାଳ ସୁଦୃଶ୍ୟ ତୋରଣ ମୁଖ୍ୟ ରାସ୍ତାରେ ରହିଛି । ଏଥିରେ ପିପିଲି ଚାନ୍ଦୁଆ ସହ ସମ୍ବଲପୁରୀ ଶାଢୀର ଛାପ ଦେଖିବାକୁ ମିଳିଛି ।

ସେହିପରି ପଡିଆ ଭିତରେ ମଧ୍ୟ ବିଭିନ୍ନ ସ୍ଥାନରେ ଓଡିଶାର କିର୍ତୀରାଜିର ଚିତ୍ର ସ୍ଥାନ ପାଇଛି । ମୁକ୍ତେଶ୍ୱର ମନ୍ଦିରର ତୋରଣର ଚିତ୍ର ମୁଖ୍ୟ ମଂଚରେ ସ୍ଥାନ ପାଇଥିବା ବେଳେ ସଭାସ୍ଥଳର ପ୍ରବେଶ ପଥରେ ମଧ୍ୟ ରହିଛି । ସେହିପରି କାନ୍ଥରେ ରହିଛି ବିଭିନ୍ନ ନୃତ୍ୟକଳାର ଝଲକ ।