ବିଜେଡି ଶିବିରରେ ଭାଳେଣି ! ବିଜେପି କରୁଛି ଜାତୀୟ କାର୍ଯ୍ୟକାରିଣୀ

28

ଦୁଇ ଦିନର ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଆଉ ଏନେଇ ଯେମିତି ଉଠୁଛି ପଡୁଛି ରାଜଧାନୀ । ଭୁବନେଶ୍ୱରକୁ ବିଭିନ୍ନ ରାଜ୍ୟ ସହ କେନ୍ଦ୍ରୀୟ ନେତାମାନେ ଆସିବାଠାରୁ କାର୍ଯ୍ୟକାରିଣୀ ବୈଠକ ହେବା ଯାଏ ଚାଲିଛି ଉତ୍ସାହ ଓ ଲୋକଙ୍କ ମନରେ ମୋଦିଙ୍କୁ ଦେଖିବାକୁ ବଢୁଛି ବ୍ୟାକୁଳତା ।

ଯେଉଁ ଭଳି ଭାବେ ଏହି କାର୍ଯ୍ୟକାରିଣୀକୁ ନେଇ ଲୋକଙ୍କ ମଧ୍ୟରେ ଭିଡ ଲାଗିରହିଛି ,ତା ପ୍ରମାଣିତ ହୋଇଛି ମୋଦିଙ୍କ ରୋଡ ସୋ ବେଳେ । ହଜାର ହଜାର ଲୋକ ମୋଦି ଆସୁଥିବା ରାସ୍ତାରେ ଠିଆ ହୋଇ ସ୍ୱାଗତ କରିଥିଲେ । କନକ ନ୍ୟୁଜକୁ ନିଜର ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ରାଜ୍ୟବାସୀ ଏବେ ଖୋଜିଲେଣି ଆଉ ଏକ ସରକାର । ତାର ବିକଳ୍ପ ସାଜିଛି ବିଜେପି । ୧୭ ବର୍ଷର ଶାସନରେ ଓଡିଶାବାସୀଙ୍କୁ ମୈାଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି ନବୀନ ସରକାର । ଏଣୁ ପଟ୍ଟ ପରିବର୍ତ୍ତନ ପାଇଁ ସ୍ଥିର କରିସାରିଲେଣି ରାଜ୍ୟବାସୀ । ଓଡିଶାରେ କ୍ଷମତା ଦଖଲ କରି ପୂର୍ବାଂଚଳରେ ବିକାଶର ବିଗୁଲ ବଜାଇବ ବିଜେପି । ଆଉ ଏହି କ୍ଷମତା ଯୁଦ୍ଧର ଅୟମାରମ୍ଭର ଝଲକ ଦେଖିବାକୁ ମିଳିଛି ଗତ ପଂଚାୟତ ନିର୍ବାଚନରୁ ଏବଂ ଏହାପରେ ଏହା ବେଶୀ ପ୍ରମାଣିତ ହୋଇଛି ଏହି ଜାତୀୟ କାର୍ଯ୍ୟକାରିଣୀରୁ । ଏବେ ଚାରିଆଡେ ଲୋକେ କୁହାକୁହି ହେଉଛନ୍ତି ବିଜେଡି ଶିବିରରେ ଭାଳେଣି ପଡିଲାଣି ।

ଏହାସହ ମଧ୍ୟ ପଢନ୍ତୁ – ନଜରରେ ଯୋଗୀ ଆଦିତ୍ୟନାଥ : କାର୍ଯ୍ୟକାରିଣୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା