ଦାନବୀରଙ୍କ ମହାନ ଦାନ ! ୭ହଜାର କୋଟି ଟଙ୍କା ଦାନ କରିବେ ଭାରତୀ ପରିବାର , ଗରିବଙ୍କ ପାଇଁ ତିଆରି ହେବ ବିଶ୍ୱବିଦ୍ୟାଳୟ

12

ନୂଆ ଦିଲ୍ଲୀ : ପ୍ରମୁଖ ଉଦ୍ୟୋଗପତି ସୁନିଲ୍ ମିତ୍ତଲ । ଗୁରୁବାର ଦିନ ଏକ ମହତ କଥା କଥା କହିଛନ୍ତି । ନିଜର ସଂପତ୍ତିର ୧୦ ପ୍ରତିଶତ ଅଂଶ ଧର୍ମକାର୍ଯ୍ୟରେ ଲଗେଇବେ । ସେ କହିଛନ୍ତି ତାଙ୍କ ପରିବାର ନିଜର ସଂପତ୍ତିର ୧୦ ପ୍ରତିଶତ କଲ୍ୟାଣକାରୀ କାର୍ଯ୍ୟରେ ସଂପୃକ୍ତ ଭାରତୀ ଫାଉଣ୍ଡେସନର କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି । ସମୁଦାୟ ରାଶି ୭ହଜାର କୋଟି ଟଙ୍କା ହେବ । ଯାହା ସେ ଦାନ ସୂତ୍ରରେ ଲଗେଇବେ ।

ଭାରତୀ ଏଣ୍ଟରପ୍ରାଇଜ୍ ର ସଂସ୍ଥାପକ ଚେୟାରମ୍ୟାନ୍ ମିତ୍ତଲ କହିଛନ୍ତି , ଉକ୍ତ ରାଶି ରେ ଭାରତୀ ଏୟରଟେଲ୍ ରେ ପରିବାରର ୩ ପ୍ରତିଶତ ଅଂଶ ସାମିଲ୍ ଅଛିି । ସେ କହିଛନ୍ତି, ଭାରତୀ ପରିବାର ସମାଜର ଗରିବ ଶ୍ରେଣୀରେ ଥିବା ଯୁବକମାନଙ୍କୁ ନିଃଶୁଳ୍କ ଶିକ୍ଷା ପାଇଁ ସତ୍ୟ ଭାରତୀ ୟୁନିଭର୍ସିଟି ସ୍ଥାପିତ କରିବେ । ନୂଆ ପିଢିର ଏହି ୟୁନିଭର୍ସିଟି ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ଆଧାରିତ ହେବ । ଯେଉଁଥିରେ ଆର୍ଟିଫିଶଲ ଇଂଟେଲିଜେନ୍ସ , ଇଂଟରନେଟ୍ ଅଫ୍ ଥିଙ୍ଗ୍ ଓ ରୋବୋଟିକ୍ସ ସାମିଲ୍ ହେବ ।

ପ୍ରସ୍ତାବିତ ଏହି ବିଶ୍ୱବିଦ୍ୟାଳୟକୁ ଉତ୍ତର ଭାରତରେ ୨୦୨୧ ମସିହା ସୁଦ୍ଧା ସ୍ଥାପିତ କରଯିବ । ମିତ୍ତଲ ଆଉ ମଧ୍ୟ କହିଛନ୍ତି ଯେ , ଭାରତୀ ପରିବାର ଯେଉଁ ରାଶି ଦେବାର ସଂକଳ୍ପ କରିଛନ୍ତି , ସେଥିରୁ ଅଧିକା ରାଶି ବିଶ୍ୱବିଦ୍ୟାଳୟର ପ୍ରୋଜେକ୍ଟରେ ଲାଗିବ । ବିଶ୍ୱବିଦ୍ୟାଳୟ ପାଇଁ ଜମିର ନିଷ୍ପତ୍ତି ଏବେ ହେଉଛି । ଏବଂ ଏଥିରେ ୧୦ହଜାର ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା ରହିଛି।
ସୂଚନା ଯେ, ଇନଫୋସିସ୍ ର ସହ ସଂସ୍ଥାପକ ନନ୍ଦନ ନିଲେକଣୀ ଓ ତାଙ୍କର ପତ୍ନୀ ରୋହିଣୀ ଏଇ ନିକଟରେ ନିଜର ଅଧା ସଂପତ୍ତି ଧର୍ମାର୍ଥ କାର୍ଯ୍ୟରେ ଦେବାକୁ ଘୋଷଣା କରିଥିଲେ ।

( ସୌଜନ୍ୟ- ନବଭାରତ ଟାଇମ୍ସ)

Comments are closed.