ଯୁବତୀଙ୍କୁ ମିଳିଲା ନୂଆ ପରିଚୟ ! ସୈାରମଣ୍ଡଳର ଏକ ଗ୍ରହ ନାମିତ ହେବ ସାହିଥିଙ୍କ ନାଁରେ

59

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୧୬ ବର୍ଷୀୟା ସାହିଥି ପିଙ୍ଗାଲୀ । ବୟସ କମ୍ ହେଲେ ମଧ୍ୟ ତାଙ୍କ ପ୍ରତିଭା ତାଙ୍କୁ ପୂରା ବିଶ୍ୱରେ ପରିଚିତ କରାଇଛି । ଆଉ ଶୀଘ୍ର ତାଙ୍କ ନାମରେ ନାମିତ ହେବାକୁ ଯାଉଛି ସୈାରମଣ୍ଡଳର ଏକ କ୍ଷୁଦ୍ର ଗ୍ରହ । ପାଣିକୁ ଦୂଷିତ କରୁଥିବା ବିଭିନ୍ନ ପଦାର୍ଥ ଓ ତା’ର ପରିମାପ ସଂପର୍କରେ ଜାଣିବା ପାଇଁ ସେ ପ୍ରସ୍ତୁତ କରିଛନ୍ତି ଏକ ମୋବାଇଲ ଆପ୍ଲିକେସନ୍ । ଏହି ପ୍ରଶଂସନୀୟ ଉଦ୍ୟମ ପାଇଁ ତାଙ୍କୁ ମିଳିବାକୁ ଯାଉଛି ସମ୍ମାନ ।

ଆମେରିକାରେ ସାହିଥିଙ୍କର ଜନ୍ମ । ତାଙ୍କୁ ଯେତେବେଳେ ୮ବର୍ଷ ହୋଇଥିଲା ପରିବାର ସହ ଫେରିଆସିଥିଲେ ବେଙ୍ଗାଲୁରୁ । ସହରର ପ୍ରଦୂଷଣମୟ ବାତାବରଣ ତାଙ୍କୁ ବ୍ୟଥିତ କରୁଥିଲା । ବିଶେଷତଃ ଦୂଷିତ ପାଣିର ବ୍ୟବହାରରେ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା ତାଙ୍କ ଚିନ୍ତାକୁ ବଢାଇଥିଲା । ତେଣୁ ଏହାର କାରଣ ଓ ସମାଧାନ ଦିଗରେ ସେ ଅନୁସନ୍ଧାନ ଆରମ୍ଭ କରିଥିଲେ । କିଛି ଦିନ ପରେ ସେ ପ୍ରସ୍ତୁତ କରିଥିଲେ ଏକ ମୋବାଇଲ୍ ଆପ୍ଲିକେସନା । ଇନଭେନଚର ଏକାଡେମୀର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ସାହିଥି ଏବେ ମିଚିଗାନ୍ ୟୁନିଭରସିଟିର ସିଭିଲ୍ ଆଣ୍ଡ ଏନଭରମେଣ୍ଟାଲ୍ ଇଂଜିନିୟରିଂରେ ଇଣ୍ଟର୍ନସିପ୍ କରୁଛନ୍ତି ।